କନକ ବ୍ୟୁରୋ : ଚାରିକାନ୍ଥ ଭିତରେ ଜୀବନ । ଅପରାଧୀଙ୍କ ପାଇଁ ଅଲଗା ଏକ ଦୁନିଆ । ସଂସ୍କାର ପାଇଁ ଥିବା ଜେଲ୍ ଯେବେ ମାନସିକ ବିକାରର କାରଣ ହୁଏ, ତେବେ ମାନବିକ ଅଧିକାରର ଉଲ୍ଲଂଘନ ହେଲାନି କି ? ଏମିତି ଏକ ଅଭାବନୀୟ ଘଟଣା ପାଇଁ ଚର୍ଚ୍ଚାକୁ ଆସିଛି ସମ୍ବଲପୁର ଜେଲ୍ । ରୋଗାଗ୍ରସ୍ତ ହେଉଛନ୍ତି ସୁସ୍ଥ ଅପରାଧୀ । ଅବସାଦ ଓ ଏକଲାପଣ ଦେଉଛି ମାନସିକ ଯନ୍ତ୍ରଣା ।
ମୁଣ୍ଡ ଖରାପ କରୁଛି ଜେଲ୍ । ଜେଲ୍ରେ ବଢ଼ୁଛି ମାନସିକ ରୋଗୀଙ୍କ ସଂଖ୍ୟା । ମାନସିକ ଅବସାଦରୁ ଚରମ ନିଷ୍ପତ୍ତି ନେଉଛନ୍ତି କଏଦୀ । ଆତ୍ମହତ୍ୟା ଭଳି ଶେଷ ବାଟକୁ ବାଛୁଛନ୍ତି । ରାଜ୍ୟର ଅନ୍ୟତମ ବଡ଼ ଜେଲ୍ ସମ୍ବଲପୁର ମଣ୍ଡଳ କାରାଗାରରେ ବଢ଼ୁଛି ମାନସିକ ରୋଗୀଙ୍କ ସଂଖ୍ୟା । ଏବେ ଜେଲ୍ରେ ୩୮ ଜଣ ମାନସିକ ରୋଗୀ ଚିହ୍ନଟ ହୋଇ ଚିକିତ୍ସିତ ହେଉଛନ୍ତି । ଏମାନଙ୍କ ମଧ୍ୟରୁ ୨୦ ପ୍ରତିଶତ ବା ପ୍ରାୟ ୮ ଜଣ ବାହାରୁ ମାନସିକ ରୋଗର ଲକ୍ଷଣ ନେଇ ଜେଲ୍ ଆସିଥିଲେ । ବାକି ୮୦ ପ୍ରତିଶତ ବା ୩୦ ଜଣ ଜେଲରେ ମାନସିକ ରୋଗୀ ବନିଥିବା କହିଛନ୍ତି ମାନସିକ ରୋଗ ବିଶେଷଜ୍ଞ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/10/21/jail-issue-2025-10-21-16-52-34.jpg)