କଠୋର ହେଲେ ବାଚସ୍ପତି ; କହିଲେ ବରଦାସ୍ତ କରାଯିବନି ବିଶୃଙ୍ଖଳା

ବିଧାନସଭା ଅଧିବେଶନ ପୂର୍ବରୁ କଠୋର ହେଲେ ବାଚସ୍ପତି ।  କହିଲେ, ବରଦାସ୍ତ କରାଯିବନି ବିଶୃଙ୍ଖଳା । ବିରୋଧୀ ଗଠନ ମୂଳକ ପରାମର୍ଶ ଦେଲେ ହେବ ଉପାଦେୟ । ଫେବୃଆରୀ ୧୩ରୁ ଅଧିବେଶନ ଆରମ୍ଭ, ୧୭ରେ ଆଗତ ହେଵ ବଜେଟ ।

surama padhi

surama padhi Photograph: (kanaknews)

କନକ ବ୍ୟୁରୋ: ଚଳିତ ବିଧାନସଭାରେ ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ । ବିରୋଧୀ ଦଳଙ୍କର ଯଦି କୌଣସି ବିଷୟ ଉପସ୍ଥାପନ କରିବାର ଥିବ ତେବେ ଗଠନ ମୂଳକ ପରାମର୍ଶ ଦେଲେ ଉପାଦେୟ ହେବ ବୋଲି କହିଛନ୍ତି ବାଚସ୍ପତି ସୁରମା ପାଢୀ । 

ଫେବ୍ରୁଆରୀ ୧୩ରୁ ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ ଆରମ୍ଭ ହେବ । ପ୍ରଥମ ଦିନ ରାଜ୍ୟପାଳଙ୍କ ଅଭିଭାଷଣ ରହିବ । ୧୪ ଓ ୧୫ ଦୁଇ ଦିନ ଧରି ଅଭିଭାଷଣ ସମ୍ପର୍କିତ ଆଲୋଚନା ରହିବ । ଏଥର ୨୮ ଦିନ ରହିବ କାର୍ୟ୍ୟଦିବସ । ୧୭ ତାରିଖରେ ଆଗତ ହେଵ ବଜେଟ । ୨୦ ଓ ୨୧ ତାରିଖରେ ବଜେଟ ଉପରେ ସାଧାରଣ ଆଲୋଚନା ରହିଛି । ମାର୍ଚ୍ଚ ୭ରେ ସ୍ଥାୟୀ କମିଟି ରିପୋର୍ଟ ଉପସ୍ଥାପନ ହେବ । ତେବେ ପୂର୍ବରୁ ଶୀତକାଳୀନ ଅଧିବେଶନ ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ ବି ବିରୋଧୀଙ୍କ ହଟ୍ଟଗୋଳରେ ଗୃହ ଚାଲିବାରେ ସମସ୍ରା ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ହେବାକୁ ଥିବା ବଜେଟ୍ ଅଧିବେଶନ ପାଇଁ ସଚେତନ ହୋଇଛନ୍ତି ଶାସକ ଦଳ ଓ ବାଚସ୍ପତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe