କନକ ବ୍ୟୁରୋ: ଆଇଟମ ଡାନ୍ସକୁ ନେଇ ରଣକ୍ଷେତ୍ର ପାଲଟିଲା ଯାତ୍ରାସ୍ଥଳୀ । ଆଇଟମ ଗାର୍ଲ ନିଶା ମହାରଣା ନୃତ୍ୟକୁ ବିରୋଧ କରିବାରୁ ବିବାଦ ପରେ ଜୋରଦାର ଗଣ୍ଡଗୋଳ ହୋଇଛି। କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ କୁଦାନଗରୀରେ ଏଭଳି ଅଭବନୀୟ ଘଟଣା ଘଟିଛି। ଗଣ୍ଡଗୋଳରେ ଦୁଇ ଜଣ ଗୁରୁତର ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ଧସ୍ତାଧସ୍ତି, ପିଟାପିଟି ଓ ଚେୟାର ଫୋଫଡ଼ା ଯୋଗୁ ଶତାଧିକ ଦର୍ଶକ ଖଣ୍ଡିଆ ଖାବରା ହୋଇଛନ୍ତି । ଶେଷରେ ସ୍ଥିତି ଏପରି ହୋଇଥିଲା ଯେ ଯାତ୍ରା ବନ୍ଦ କରିବାକୁ ପଡିଥିଲା। ମାଘମେଳା ପାଇଁ ନିଶା ମହରଣାକୁ ଷ୍ଟେଜ ସୋ ପାଇଁ ଆଣିଥିଲା ଯାତ୍ରା କମିଟି । ହେଲେ ନିଶାଙ୍କ ଡାନ୍ସ ଆରମ୍ଭ ହେବା କ୍ଷଣି କିଛି ଦର୍ଶକ ଠିଆ ହୋଇ ନୃତ୍ୟ ବନ୍ଦ ପାଇଁ କହିବା ସହ ହୋ ହାଲ୍ଲା କରିଥିଲେ । ସେପଟେ ଯାତ୍ରା କମିଟି ଓ କିଛି ଦର୍ଶକ ନିଶା ନୃତ୍ୟ କରନ୍ତୁ ବୋଲି ଜିଦି ଧରିବାରୁ ଉଭୟଙ୍କ ମଧ୍ୟରେ ବଚସା ପରେ ଧସ୍ତାଧସ୍ତି ହୋଇଥିଲା । ନିଶା ପେଣ୍ଡାଲରୁ ଚାଲିଯିବା ପରେ ଗଣ୍ଡଗୋଳ ଉଗ୍ର ରୂପ ନେଇଥିଲା । ଉଭୟ ମଧ୍ୟରେ ମାରପିଟ ଯୋଗୁ ଯାତ୍ରା ପଡ଼ିଆ ଯୁଦ୍ଧକ୍ଷେତ୍ର ପାଲଟି ଯାଇଥିଲା । ଏପରି ଭୟାନକ ଦୃର୍ଶ୍ୟ ଦେଖି ଦର୍ଶକମାନେ ଛିନିଛତ୍ର ଦେଇ କିଏ କେଉଁ ଆଡେ ପଳାଇଯାଇଥିଲେ । ସମସ୍ୟାର ସମାଧାନ ହୋଇନପାରିବାରୁ କମିଟ ପକ୍ଷରୁ ନାଟକ ପରିବେଷଣ ବନ୍ଦ କରା ଯାଇଥିଲା ।
ଆଇଟମ ଡାନ୍ସକୁ ନେଇ ରଣକ୍ଷେତ୍ର ପାଲଟିଲା ଯାତ୍ରା ପେଣ୍ଡାଲ । ମାରପିଟ୍ ସହ, ଛୁରା ମାଡ଼ ।
କେନ୍ଦ୍ରାପଡ଼ା, କୁଦାନଗରୀରେ ଆଇଟମ ଡାନ୍ସକୁ ନେଇ ରଣକ୍ଷେତ୍ର ପାଲଟିଲା ଯାତ୍ରା ପେଣ୍ଡାଲ । ନିଶା ମହାରଣା ନୃତ୍ୟକୁ ବିରୋଧ କରିବାରୁ ଉଡିଲା ଚେୟାର । ମାରପିଟ୍ ସହ, ଛୁରା ମାଡ଼ । ଥାନାରେ ପହଞ୍ଚିଲା ମାମଲା ।
/kanak/media/media_files/2025/02/10/sCkN2rLPRebRIXYVZ55N.jpg)