ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବଢିଲାଣି ତାତି; ସାମ୍ନାକୁ ଆସୁଛି ଗଣ୍ଡଗୋଳର ଚିତ୍ର

Advertisment

ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବଢିଲାଣି ତାତି । ବିଭିନ୍ନ ପଞ୍ଚାୟତ ଓ ବ୍ଲକରେ ସାମ୍ନାକୁ ଆସୁଛି ଗଣ୍ଡଗୋଳର ଚିତ୍ର । କେଉଁଠି ବିଧାୟକ ତ କେଉଁଠି ବ୍ଲକ ଅଧ୍ୟକ୍ଷଙ୍କୁ ବିରୋଧ ।

ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବଢିଲାଣି ତାତି । ବିଭିନ୍ନ ପଞ୍ଚାୟତ ଓ ବ୍ଲକରେ ସାମ୍ନାକୁ ଆସୁଛି ଗଣ୍ଡଗୋଳର ଚିତ୍ର । କେଉଁଠି ବିଧାୟକ ତ କେଉଁଠି ବ୍ଲକ ଅଧ୍ୟକ୍ଷଙ୍କୁ ବିରୋଧ ।

41-Politcs

କନକ ବ୍ୟୁରୋ: ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଏବେଠୁ ଗାଁ ଗାଁ, ପଞ୍ଚାୟତ ପଞ୍ଚାୟତରେ ଦେଖିବାକୁ ମିଳିଲାଣି ତାତି । ଭୁଶୁଡ଼ିବାରେ ଲାଗିଛି ବିଜେଡି ଗଡ଼ । ରାଜ୍ୟର ବିଭିନ୍ନ ପଞ୍ଚାୟତ ଓ ବ୍ଲକରେ ସାମ୍ନାକୁ ଆସୁଛି ଗଣ୍ଡଗୋଳର ଚିତ୍ର । କେତେବେଳେ ବିଧାୟକଙ୍କୁ ବିରୋଧ ହେଉଛି କେତେବେଳେ ବ୍ଲକ ଅଧ୍ୟକ୍ଷଙ୍କୁ ବିରୋଧ । ଆଉ କେତେବେଳେ ଜନ ପ୍ରତିନିଧି ମାନେ ଧାରଣାରେ ବସୁଛନ୍ତି । ମାହାଙ୍ଗା, ଟିଟିଲାଗଡ଼, ବ୍ରଜରାଜନଗର, ବସ୍ତା ଏଭଳି ଅନେକ ନିର୍ବାଚନମଣ୍ଡଳୀରେ ସମାନ ସମସ୍ୟା । 
 
ବ୍ରଜରାଜନଗର
ପଦ ହରାଇଲେ ବ୍ରଜରାଜନଗର ପୌରାଧ୍ୟକ୍ଷା
ଅନାସ୍ଥା ଭୋଟରେ ହାରିଲେ ଯାଜ୍ଞସେନୀ ଓରାମ
ଅନାସ୍ଥା ପାଇଁ ଭୋଟ୍ ଦେଲେ ୨୩ କାଉନସିଲର 
ଯାଜ୍ଞସେନୀଙ୍କ ବିପକ୍ଷରେ ପଡ଼ିଥିଲା ୨୨ଟି ଭୋଟ 

ବସ୍ତା
ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ୟ୍ୟକ୍ରମରେ ହଙ୍ଗାମା
ସାଂସଦ ପ୍ରତିନିଧି ପଦକୁ ନେଇ ପାଟିତୁଣ୍ଡ, ହୋହଲ୍ଲା
ସାଂସଦଙ୍କ ପ୍ରତିନିଧି ରବୀନ୍ଦ୍ର ଅଣ୍ଡିଆଙ୍କୁଙ୍କୁ ବିରୋଧ 
ପ୍ରତିନିଧି ଦାୟିତ୍ବ ସମ୍ପର୍କିତ ଚିଠି ଦେଖାଇବାକୁ ନେଇ ଉତ୍ତେଜନା 

ଯାଜପୁର
କୋରେଇ ପଞ୍ଚାୟତ ସମିତି ବୈଠକରେ ହୋହଲ୍ଲା
ଉନ୍ନୟନ କାମ ଆରମ୍ଭ ହୋଇଛି କି ନାହିଁ ବିଡିଓଙ୍କୁ ଉପାଧ୍ୟକ୍ଷଙ୍କ ପ୍ରଶ୍ନ
ବିଡିଓ ସନ୍ତୋଷଜନକ ଉତ୍ତର ଦେଇନପାରିବାରୁ ଉତ୍ତେଜନା
ବୈଠକ ଅଧାରୁ ଉଠିଗଲେ ଉପାଧ୍ୟକ୍ଷଙ୍କ ସମେତ ସରପଞ୍ଚ ଓ ସମିତି ସଭ୍ୟ

ବିଞ୍ଝାରପୁର
ରବିବାର ଛୁଟିଦିନରେ ବସିଲା ପଞ୍ଚାୟତ ସମିତି ବୈଠକ
ମୁହାଁମୁହିଁ ବିରୋଧୀଦଳ ମୁଖ୍ୟ ସଚେତକ ଓ ସାଂସଦଙ୍କ ପ୍ରତିନିଧି
ଆମ ଗାଁ ଆମ ବିକାଶ ଯୋଜନାରେ ବ୍ୟାପକ ଅର୍ଥ ହଡ଼ପ ଅଭିଯୋଗ
ସାଂସଦଙ୍କ ପ୍ରତିନିଧିଙ୍କ ଅଭିଯୋଗର ପ୍ରମାଣ ମାଗିଲେ ପ୍ରମିଳା ମଲ୍ଲିକ 

ଟିଟିଲାଗଡ଼
ନବୀନ ଜୈନ ଓ ଟୁକୁନି ସାହୁଙ୍କ ମଧ୍ୟ ଆରୋପ-ପ୍ରତ୍ୟାରୋପ
ବିଧାୟକ ନବୀନ ଜୈନ ୧୦% ପିସି ମାଗୁଥିବା ଅଭିଯୋଗ
ଅଭିଯୋଗ ଆଣି ବ୍ଲକ୍ ଅଧ୍ୟକ୍ଷା ସଂଯୁକ୍ତା ନାୟକଙ୍କ ଧାରଣା
ସଂଯୁକ୍ତାଙ୍କ ବିରୋଧରେ ବିଜେପି ସମର୍ଥିତ ସଭ୍ୟ ଲୋଡ଼ିଲେ ଅନାସ୍ଥା


ମାହାଙ୍ଗା
ମାହାଙ୍ଗା ନିର୍ବାଚନମଣ୍ଡଳୀରେ ପତିଆରାର ଲଢେଇ
ସ୍ବାଧୀନ ବିଧାୟକଙ୍କ ବିରୋଧରେ ବ୍ଲକ ଅଧ୍ୟକ୍ଷାଙ୍କ ଅଭିଯୋଗ
ବ୍ଲକକୁ ଆସିଥିବା ଉନ୍ନୟନ ପାଣ୍ଠି ଖର୍ଚ୍ଚ ହୋଇପାରୁନଥିବା ଅଭିଯୋଗ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe