ବରଗଡ଼ ଜିଲ୍ଲା ଭଟଲି ଥାନା ତରାଜୁଙ୍ଗା ଗାଁରେ ଚାଞ୍ଚଲ୍ୟ : ଝିଅ ସହ ଜ୍ବାଇଁକୁ ପିଟିପିଟି ମାରିଦେଲେ ଶାଶୁ-ଶଶୁର

ଶ୍ୱଶୁର ଘରେ ଜ୍ବାଇଁଙ୍କୁ ହତ୍ୟା ଅଭିଯୋଗ । ଘଟଣା ଘଟିଛି ଭଟଲି ଥାନା ତରାଜୁଙ୍ଗା ଗାଁରେ । ଭଟଲି ପୁଲିସ  ଏହି ଘଟଣାରେ ପତ୍ନୀ ସମେତ ଶାଶୁ, ଶଶୁରକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

daeth 1

Photograph: (kanaknews)

କନକବ୍ୟୁରୋ : ଶଶୁର  ଘରେ ଜ୍ବାଇଁଙ୍କୁ ହତ୍ୟା ଅଭିଯୋଗ । ଘଟଣା ଘଟିଛି ଭଟଲି ଥାନା ତରାଜୁଙ୍ଗା ଗାଁରେ । ଭଟଲି ପୁଲିସ  ଏହି ଘଟଣାରେ ପତ୍ନୀ ସମେତ ଶାଶୁ, ଶଶୁରକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଅନୁସାରେ, ଛତିଶଗଡ଼ ରାଜ୍ୟର ଉସରତ୍ ଗାଁର ଭାନୁ ଚୌହାନ ତରାଜୁଙ୍ଗା ଗାଁର ଗଜାନନ କଳିୟାରୀଙ୍କ ଝିଅ ସୁନିତାଙ୍କୁ ବିବାହ କରିଥିଲେ । ସୁନିତା ବର୍ଷେ ହେବ ନିଜ ମା-ବାପାଙ୍କ ସହ ରହୁଥିବା ବେଳେ ଗତ ୨୫ ତାରିଖ ସ୍ୱାମୀ, ତାଙ୍କୁ ନେବାକୁ ପହଁଚିଥିଲେ ।

ହେଲେ ସ୍ତ୍ରୀକୁ ଆଣିବା ବଦଳରେ ଶଶୁର  ଘରେ ସହ ପ୍ରବଳ ପାଟିତୁଣ୍ଡ ହୋଇଥିଲା । ଝଗଡ଼ା ତୀବ୍ର ରୂପ ନେବା ପରେ ଭାନୁଙ୍କୁ, ଶାଶୁ, ଶଶୁର  ଓ ପତ୍ନୀ ମିଶିକି ଠେଙ୍ଗା ସାହାଯ୍ୟରେ ପିଟି ପିଟି ହତ୍ୟା କରିଥିଲେ । ଏନେଇ ଭଟଲି ଥାନାରେ ଅଭିଯୋଗ ପରେ ପୁଲିସ ଗ୍ରାମବାସୀଙ୍କ ସହାୟତାରେ ବନ୍ଦ ଘରୁ ଭାନୁଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଏବଂ ପରେ ବୁର୍ଲା ବଡ଼ ମେଡିକାଲକୁ ପଠାଇଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଭାନୁଙ୍କ ମୃତ୍ୟୁ ଘଟିଛି । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe