କନକବ୍ୟୁରୋ : ଶଶୁର  ଘରେ ଜ୍ବାଇଁଙ୍କୁ ହତ୍ୟା ଅଭିଯୋଗ । ଘଟଣା ଘଟିଛି ଭଟଲି ଥାନା ତରାଜୁଙ୍ଗା ଗାଁରେ । ଭଟଲି ପୁଲିସ  ଏହି ଘଟଣାରେ ପତ୍ନୀ ସମେତ ଶାଶୁ, ଶଶୁରକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଅନୁସାରେ, ଛତିଶଗଡ଼ ରାଜ୍ୟର ଉସରତ୍ ଗାଁର ଭାନୁ ଚୌହାନ ତରାଜୁଙ୍ଗା ଗାଁର ଗଜାନନ କଳିୟାରୀଙ୍କ ଝିଅ ସୁନିତାଙ୍କୁ ବିବାହ କରିଥିଲେ । ସୁନିତା ବର୍ଷେ ହେବ ନିଜ ମା-ବାପାଙ୍କ ସହ ରହୁଥିବା ବେଳେ ଗତ ୨୫ ତାରିଖ ସ୍ୱାମୀ, ତାଙ୍କୁ ନେବାକୁ ପହଁଚିଥିଲେ ।

Advertisment

ହେଲେ ସ୍ତ୍ରୀକୁ ଆଣିବା ବଦଳରେ ଶଶୁର  ଘରେ ସହ ପ୍ରବଳ ପାଟିତୁଣ୍ଡ ହୋଇଥିଲା । ଝଗଡ଼ା ତୀବ୍ର ରୂପ ନେବା ପରେ ଭାନୁଙ୍କୁ, ଶାଶୁ, ଶଶୁର  ଓ ପତ୍ନୀ ମିଶିକି ଠେଙ୍ଗା ସାହାଯ୍ୟରେ ପିଟି ପିଟି ହତ୍ୟା କରିଥିଲେ । ଏନେଇ ଭଟଲି ଥାନାରେ ଅଭିଯୋଗ ପରେ ପୁଲିସ ଗ୍ରାମବାସୀଙ୍କ ସହାୟତାରେ ବନ୍ଦ ଘରୁ ଭାନୁଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଏବଂ ପରେ ବୁର୍ଲା ବଡ଼ ମେଡିକାଲକୁ ପଠାଇଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଭାନୁଙ୍କ ମୃତ୍ୟୁ ଘଟିଛି ।