ଜମ୍ମୁକାଶ୍ମୀରରେ ହାହାକାର, ବୈଷ୍ଣବଦେବୀ ମାର୍ଗରେ ଭୂସ୍ଖଳନରେ ୫ ମୃତ, ୧୪ ଆହତ, ଡୋଡ଼ାରେ ବାଦଲଫଟା ବର୍ଷାରେ ଭାସିଗଲା ୧୦ ଘର

Advertisment

ଆଜି ବୈଷ୍ଣଦେବୀ ମାର୍ଗରେ ବଡ ଧରଣର ଭୁସ୍ଖଳନ ଘଟିଛି । ବଡ ବଡ ପଥରଖଣ୍ଡ ଶ୍ରଦ୍ଧାଳୁଙ୍କ ଉପରେ ଖସିପଡିବାରୁ ୫ଜଣଙ୍କ ମୃତ୍ୟୁ ଓ ୧୪ଜଣ ଗୁରୁତରଭାବେ ଆହାତ ହୋଇଥିବା ସୂଚନା ମିଳିଛି । ଅସ୍ଥାୟୀଭାବେ ବୈଷ୍ଣଦେବୀ ଯାତ୍ରାକୁ ସ୍ଥଗିତ ରଖାଯାଇଛି । ସେପଟେ ଆଜି ସକାଳୁ  ଡୋଡାରେ ବଡଧରଣର ବାଦଲଫଟା ବର୍ଷା ହେବା ଯୋଗୁଁ ୪ଜଣଙ୍କ ମୃତ୍ୟୁ ହୋଇଛି ।

36

କନକ ବ୍ୟୁରୋ :   ପ୍ରକୃତି ଯେବେ ରାଗେ ଆତଙ୍କ ଖେଳିଯାଏ । ସେମିତି କିଛି ଦେଖିବାକୁ ମିଳୁଛି ଜମ୍ମୁକାଶ୍ମୀରରେ । ଆଜି ବୈଷ୍ଣଦେବୀ ମାର୍ଗରେ ବଡ ଧରଣର ଭୁସ୍ଖଳନ ଘଟିଛି । ବଡ ବଡ ପଥରଖଣ୍ଡ ଶ୍ରଦ୍ଧାଳୁଙ୍କ ଉପରେ ଖସିପଡିବାରୁ ୫ଜଣଙ୍କ ମୃତ୍ୟୁ ଓ ୧୪ଜଣ ଗୁରୁତରଭାବେ ଆହାତ ହୋଇଥିବା ସୂଚନା ମିଳିଛି । ଅସ୍ଥାୟୀଭାବେ ବୈଷ୍ଣଦେବୀ ଯାତ୍ରାକୁ ସ୍ଥଗିତ ରଖାଯାଇଛି । ସେପଟେ ଆଜି ସକାଳୁ  ଡୋଡାରେ ବଡଧରଣର ବାଦଲଫଟା ବର୍ଷା ହେବା ଯୋଗୁଁ ୪ଜଣଙ୍କ ମୃତ୍ୟୁ ହୋଇଛି । ୧୦ଟି ଘର ସମ୍ପୂର୍ଣ୍ଣ ଭାବେ ଭାସିଯିବାରୁ ମୃତ୍ୟୁ ଓ ନିଖୋଜ ସଂଖ୍ୟା ବଢ଼ିବା ସମ୍ଭାବନା ରହିଛି । ଘଟଣାସ୍ଥଳରେ ପହଂଚିଛନ୍ତି  ଜମ୍କୁକାଶ୍ମୀର ମୁଖ୍ୟମନ୍ତ୍ରୀ । ୨୭ରେ ହେବାକୁ ଥିବା ସମସ୍ତ ପରୀକ୍ଷା ରଦ୍ଧ କରାଯାଇଛି । ଏଭଳି ସ୍ଥିତି ଜମ୍ମୁକାଶ୍ମୀର ବ୍ୟତିତ ଉତ୍ତରାଖଣ୍ଡ ଓ ହିମାଚଳରେ ମଧ୍ୟ ଦେଖିବାକୁ ମିଳିଛି । କେଉଁଠି ବନ୍ୟା ପାଣିରେ ରାସ୍ତା ଭାସିଯାଇଛି ତ ପୁଣି କେଉଁଠି ରାଜମାର୍ଗ ଭାଙ୍ଗିଛି । ଯାତାୟତ ବାଧାପ୍ରାପ୍ତ ହେବା ସହ ଘରଦ୍ବାରାକୁ ଭସାଇନେଉଛି ବନ୍ୟାପାଣି । ସ୍ଥିତିକୁ ଦେଖି ରାଜ୍ୟଗୁଡିକରେ ହାଇଆଲର୍ଟ ଜାରି କରାଯାଇଛି 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe