ଭୁବନେଶ୍ୱର ଓ ରାଉରକେଲାରେ ହଇଚଇ । ପ୍ରେମ ପ୍ରତାରଣାକୁ ନେଇ ଦୁଇ ଯୁବତୀଙ୍କୁ ହତ୍ୟା ଅଭିଯୋଗ

Advertisment

ସେହିଭଳି ଜ୍ୟୋତିରେଖା ପରିଡା । ଭୁବନେଶ୍ୱର ଖଣ୍ଡଗିରିରେ ଥିବା ଏକ ଆପାର୍ଟମେଣ୍ଟର ଆଉଟ ହାଉସରୁ ସନ୍ଦେହଜନକ ଭାବେ ମିଳିଛି ଜ୍ୟୋତିଙ୍କ ମୃତ ଦେହ ।  ଆଉ ମୃତ୍ୟୁ ପରେ ଜ୍ୟୋତିଙ୍କ ସହ ରହୁଥିବା ଯୁବକ ପ୍ରିୟରଂଜନ ଘଟଣା ପରେ ଫେରା ହେବା ପୁରା ଘଟଣାକୁ ରହସ୍ୟମୟ କରିଦେଇଛି । ଖବର ଅନୁସାରେ, ଏହି ଦୁଇଜଣ ଖଣ୍ଡଗିରିରେ ଅଳ୍ପଦିନ ହେଲା ରହୁଥିଲେ ।

ସେହିଭଳି ଜ୍ୟୋତିରେଖା ପରିଡା । ଭୁବନେଶ୍ୱର ଖଣ୍ଡଗିରିରେ ଥିବା ଏକ ଆପାର୍ଟମେଣ୍ଟର ଆଉଟ ହାଉସରୁ ସନ୍ଦେହଜନକ ଭାବେ ମିଳିଛି ଜ୍ୟୋତିଙ୍କ ମୃତ ଦେହ ।  ଆଉ ମୃତ୍ୟୁ ପରେ ଜ୍ୟୋତିଙ୍କ ସହ ରହୁଥିବା ଯୁବକ ପ୍ରିୟରଂଜନ ଘଟଣା ପରେ ଫେରା ହେବା ପୁରା ଘଟଣାକୁ ରହସ୍ୟମୟ କରିଦେଇଛି । ଖବର ଅନୁସାରେ, ଏହି ଦୁଇଜଣ ଖଣ୍ଡଗିରିରେ ଅଳ୍ପଦିନ ହେଲା ରହୁଥିଲେ ।

47ö

କନକ ବ୍ୟୁରୋ : ଭୁବନେଶ୍ବର ଭଳି ସ୍ମାର୍ଟ ସିଟିରୁ ଆସିଛି ପ୍ରେମ, ପ୍ରତାରଣ ଓ ହତ୍ୟାର ଆଉ ଏକ ଲୋମଟାଙ୍କୁରା ଖବର। ପ୍ରେମିକାକୁ ପ୍ରେମିକ ହୋଟେଲ ରୁମ ଭିତରେ ଜୀଅନ୍ତା ଜାଳି ମାରି ଦେଇଥିବା ଅଭିଯୋଗ ହୋଇଛି। ରାଉରକେଲା ପ୍ଲାଣ୍ଟ ସାଇଡ ପୋଲିସ କଲୋନୀର ସ୍ଵାଗତିକା ନାୟକ । ସବୁଦିନ ଭଳି ସେ ଘରୁ କୋଚିଂ ପାଇଁ ଯାଇଥିଲେ । ହେଲେ ପରିବାର ଲୋକଙ୍କୁ ଖବର ଆସିଥିଲା ନିକଟରେ ଥିବା ମହାରାଜା ହୋଟେଲ ରେ ଝିଅ ଦେହରେ ନିଆଁ ଲାଗିଛି କ୍ଷ ଗୁରୁତର ଅବସ୍ଥାରେ ହୋଟେଲ କର୍ମଚାରୀ ସରକାରୀ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି କ୍ଷ ଏହି ଖବର ଖବର ଆସିବା ପରେ ପରିବାର ଲୋକଙ୍କ ପାଦତଳୁ ମାଟି ଖସିଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ସ୍ବାଗତିକାଙ୍କ ମୃତ୍ୟୁ ହୋଇଥିଲା ।  ପରିବାର ଲୋକେ ଅଭିଯୋଗ କରିଛନ୍ତି, ଝିଅକୁ ତାର ପ୍ରେମିକ ହିଁ ପୋଡି ମାରିଦେଇଛି । ପରିବାର ଲୋକଙ୍କଠୁ ଅଭିଯୋଗ ପାଇବା ପରେ ହୋଟେଲ ରୁମ ରେ ପୋଲିସ ଓ ସାଇଣ୍ଟିଫିକ ଟିମ ପହଂଚି ତଦନ୍ତ କରିଛି କ୍ଷ ଘଟଣାରେ ପ୍ରେମିକାକୁ ଅଟକ ରଖି ପଚରାଉଚୁରା କରୁଛି । 

481

ସେହିଭଳି ଜ୍ୟୋତିରେଖା ପରିଡା । ଭୁବନେଶ୍ୱର ଖଣ୍ଡଗିରିରେ ଥିବା ଏକ ଆପାର୍ଟମେଣ୍ଟର ଆଉଟ ହାଉସରୁ ସନ୍ଦେହଜନକ ଭାବେ ମିଳିଛି ଜ୍ୟୋତିଙ୍କ ମୃତ ଦେହ ।  ଆଉ ମୃତ୍ୟୁ ପରେ ଜ୍ୟୋତିଙ୍କ ସହ ରହୁଥିବା ଯୁବକ ପ୍ରିୟରଂଜନ ଘଟଣା ପରେ ଫେରା ହେବା ପୁରା ଘଟଣାକୁ ରହସ୍ୟମୟ କରିଦେଇଛି । ଖବର ଅନୁସାରେ, ଏହି ଦୁଇଜଣ ଖଣ୍ଡଗିରିରେ ଅଳ୍ପଦିନ ହେଲା ରହୁଥିଲେ । ତେବେ ଜ୍ୟୋତି ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ତାହା ବଡ ସନ୍ଦେହ ସୃଷ୍ଟି କରିଛି । ରହସ୍ୟ ଉପରୁ ପରଦା ହଟିନଥିବା ବେଳେ ଜ୍ୟୋତିଙ୍କ ବାପା ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ ।  ଝିଅକୁ ଅପହରଣ କରିବା ପରେ ଜୋର ଜବରଦସ୍ତ ବିବାହ କରି ହତ୍ୟା କରାଯାଇଥିବା ନେଇ ଗଣମାଧ୍ୟମ ସାମନାରେ ପ୍ରତିକ୍ରିୟା ଦେଇଛନ୍ତି ।  

ତେଣୁ ଜ୍ୟୋତି ଓ ପ୍ରିୟରଂଜନ ବିବାହ କରିଥିବା ଅନୁମାନ କରାଯାଉଛି ।  ଏହାକୁ ଖଣ୍ଡନ କରିଛନ୍ତି ପରିବାର ଲୋକ । ପରିବାର ଲୋକଙ୍କ କହିବା କଥା 
-ଜ୍ୟୋତିଙ୍କୁ ପୁର୍ବରୁ ଅପହରଣ କରିଥିଲା ପ୍ରିୟରଂଜନ 
-ଥାନାରେ ଅଭିଯୋଗ ହୋଇଥିଲେ ବି କାର୍ୟ୍ୟାନୁଷ୍ଠାନ ହୋଇନଥିଲା
-ପରେ କୌଶଳ କ୍ରମେ ଜ୍ୟୋତି ଖସି ଆସିଥିଲା
-ପୁଣି ଜ୍ୟୋତିକୁ ଅପହରଣ କରିନେଇ ଜୋର ଜବରଦସ୍ତ ବିବାହ କରିଥିଲା ପ୍ରିୟରଂଜନ

ଏହି ଘଟଣାରେ ପରିବାର ଲୋକ କରୁଥିବା ଅଭିଯୋଗର କେତେ ସତ୍ୟତା ରହିଛି ତାର ତଦନ୍ତ କରୁଛି ଖଣ୍ଡଗିରି ପୋଲିସ ।  ଜ୍ୟୋତିଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ କେମିତି ମୃତ୍ୟୁ ହେଲା ତାହା ସ୍ପଷ୍ଟ ହେବ । ମୁଖ୍ୟ ଅଭିଯୁକ୍ତ ପ୍ରିୟରଞ୍ଜନ ଧରାପଡିବା ପରେ ମୃତ୍ୟୁର କାରଣ ସାମ୍ନାକୁ ଆସିବା ଆଶା କରାଯାଉଛି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe