କନକ ବ୍ୟୁରୋ : ୧୦୦ ବର୍ଷର ପୁରୁଣା ସହର ବାଲେଶ୍ବର । ତଥାପି ଅନେକ ବ୍ୟବସ୍ଥା ଶୃଙ୍ଖଳିତ ହେଇପାରିନି । ଏବେବି ସହରର ଅଧିକାଂଶ ରାସ୍ତା କଡ଼ରେ ଖୋଲାରେ ମାଂସ କଟା ଓ ବିକ୍ରି ଚାଲିଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସହରବାସୀ । 

Advertisment

ଅଧିକ ପଢ଼ନ୍ତୁ :  ରୋଗୀଙ୍କୁ ମିଳୁନି ବାହାରେ ପଡିଛି ମେଡିସିନ୍ : ବାଲେଶ୍ବର ରସାଳପୁରରୁ ଆସିଛି ଏଭଳି ଦୃଶ୍ୟ

ସହରରେ ତିନିଟି ବ୍ୟବସ୍ଥିତ ମାଛ ବଜାର ଥିବା ବେଳେ ରାସ୍ତା କଡ଼ରେ ଖୋଲାଖୋଲି ଚିକେନ ଓ ମଟନ କଟା ହୋଇ ବିକ୍ରି ଚାଲିଛି । ମାଂସ ଦୋକାନ ଆଗ ଦେଇ ପିଲା ସ୍କୁଲ ଯାଉଛନ୍ତି । ଖୋଲାରେ ମାଂସ କଟା ଦେଖୁଛନ୍ତି । ଯାହା ସେମାନଙ୍କ ଉପରେ କୁ ପ୍ରଭାବ ପକାଉଛି । ଅପରପକ୍ଷରେ ପୌରପାଳିକା ମାଂସ ବଜାର ବ୍ୟବସ୍ଥା କରିଦେଲେ ଆମେ ଏମିତି ଖୋଲାରେ ବିକିବୁନି ବୋଲି କହିଛନ୍ତି ମାଂସ ଦୋକାନୀ।

ଅଧିକ ପଢ଼ନ୍ତୁ :  ଭୂତଙ୍କ ନାଁରେ ବାବୁ ଖାଉଥିଲେ ଭତ୍ତା ଟଙ୍କା; ଗୁମର ଖୋଲିଦେଲେ ବାଲେଶ୍ବର ସାଂସଦ

୨୦୧୩-୧୪ରେ କେନ୍ଦ୍ରୀୟ ବିଦ୍ୟାଳୟ ଆଗରେ ଥିବା ମାଂସ ଦୋକାନକୁ ଆବଦ୍ଧ କରାଯାଥିଲା । ତଥାପି ଅନେକ ସ୍ଥାନରେ ରାସ୍ତାକଡ଼ରେ ମାଂସ କଟାଯାଉଛି। ସେମାନଙ୍କୁ ପୌରପାଳିକା ପକ୍ଷରୁ ତାଗିଦ କରାଯାଉଛି । ମାଛ ମାର୍କେଟ ଭଳି ମାଂସ ଦୋକାନୀଙ୍କୁ ଭେଣ୍ଡିଂ ଜୋନ୍‌ ଯୋଗାଇ ଦେବାକୁ ଯୋଜନା ହେଉଛି ବୋଲି ପୌରାଧ୍ୟକ୍ଷା କହିଛନ୍ତି ।