କନକ ବ୍ୟୁରୋ : ନୟାଗଡ଼ ଦଶପଲ୍ଲା ପଂଚାୟତ ସମିତି ବୈଠକରେ ହଟ୍ଟଗୋଳ । ବିଡିଓ-ସମିତିସଭ୍ୟ ମୁହାଁମୁହିଁ । ବିଡ଼ିଓଙ୍କ ବିରୁଦ୍ଧରେ ତାତିଲେ ପଂଚାୟତ ସମିତି ସଦଶ୍ୟ । ନାରାବାଜି ସହ କାର୍ଯ୍ୟାଳୟ ପରିସରରେ ସମିତି ସଭ୍ୟମାନେ ଧାରଣା ଦେଇଛନ୍ତି। ଅଭିଯୋଗକୁ ନେଇ ବିଡ଼ିଓ କହିଛନ୍ତି ନାଲିଆଖି ନୁହେଁ, କାମ ସାରିବାକୁ ତାଗିଦ କରିଥିଲେ । ଘଟଣାକୁ ନେଇ ବିଡ଼ିଓ ଦୁଃଖ ପ୍ରକାଶ ପରେ ପରିସ୍ଥିତି ଶାନ୍ତ ପଡିଛି । ଦଶପଲ୍ଲା ବ୍ଲକ ୨୦ ଟି ପଂଚାୟତର ସଦଶ୍ୟଙ୍କୁ ନେଇ ଆଜି ବୈଠକ ଚାଲିଥିବା ବେଳେ ପୂର୍ବ ସଭାରେ ହୋଇଥିବା ନିଷ୍ପତ୍ତି ସମ୍ପର୍କରେ ଆଲୋଚନା ପାଇଁ ସଦଶ୍ୟମାନେ ଅଡ଼ି ବସିଥିଲେ । ତେବେ ତିନିଦିନ ତଳେ କାର୍ଯ୍ୟଭାର ଗ୍ରହଣ କରିଥିବା ବିଡ଼ିଓ ଖର୍ଚ୍ଚ ହୋଇନଥିବା ପାଣ୍ଠି ସମ୍ପର୍କରେ ଆଲୋଚନା ଆରମ୍ଭ କରିଥିଲେ । ଏଥିରେ ସମିତି ସଦଶ୍ୟ ଉତକ୍ଷିପ୍ତ ହୋଇପଡ଼ିଥିଲେ । ବିଡ଼ିଓ ନାଲି ଆଖି ଦେଖାଉଥିବା ଅଭିଯୋଗ କରି ସଭାଗୃହ ପରିସରରେ ନାରାବାଜି କରିବା ସହ ଧାରଣା ଦେଇଥିଲେ । ତେବେ ବିଡ଼ିଓ ଶରତ ମଲ୍ଲିକ ଧାରଣସ୍ଥଳକୁ ଆସି ସଦଶ୍ୟଙ୍କୁ ବୁଝାଶୁଝା କରିବା ସହ ଘଟଣା ପାଇଁ ଦୁଃଖ ପ୍ରକାଶ କରିଥିଲେ । ପୂର୍ବ ସଭାର ନିଷ୍ପତି ସମ୍ପର୍କରେ ଆଲୋଚନା ର ପ୍ରତିଶ୍ରୁତି ଦେବାପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା
ନୟାଗଡ଼ ଦଶପଲ୍ଲା ପଞ୍ଚାୟତ ସମିତି ବୈଠକରେ ହଟ୍ଟଗୋଳ, ବିଡିଓ-ସମିତିସଭ୍ୟ ମୁହାଁମୁହିଁ
ନାରାବାଜି ସହ କାର୍ଯ୍ୟାଳୟ ପରିସରରେ ସମିତି ସଭ୍ୟମାନେ ଧାରଣା ଦେଇଛନ୍ତି। ଅଭିଯୋଗକୁ ନେଇ ବିଡ଼ିଓ କହିଛନ୍ତି ନାଲିଆଖି ନୁହେଁ, କାମ ସାରିବାକୁ ତାଗିଦ କରିଥିଲେ ।
/kanak/media/media_files/2026/01/21/nayagarh-2026-01-21-17-49-12.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)