ଧାନର ମାନର ନିର୍ଦ୍ଧାରଣ ନେଇ ଚାଷୀ ମିଲର୍ ମୁହାମୁହିଁ । ଭୋକ ଉପାସରେ ପଡ଼ି ରହିଛନ୍ତି ଚାଷୀ ।

Advertisment

ମଣ୍ଡିରୁ ଉଠି ପାରିଲା ନାହିଁ ଧାନ । ଆଠଗଡ଼ ବ୍ଲକ୍ କୁଲାଇଲୋ ସେବା ସମବାୟ ସମିତିରେ ପ୍ରଥମ ଦିନରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି । 

ମଣ୍ଡିରୁ ଉଠି ପାରିଲା ନାହିଁ ଧାନ । ଆଠଗଡ଼ ବ୍ଲକ୍ କୁଲାଇଲୋ ସେବା ସମବାୟ ସମିତିରେ ପ୍ରଥମ ଦିନରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି । 

8--s

8--s Photograph: (8--s)

କନକ ବ୍ୟୁରୋ: ଧାନର FAQ ମାନ ନିର୍ଦ୍ଧାରଣ ନେଇ ଚାଷୀ ମିଲର୍ ମୁହାମୁହିଁ । ମଣ୍ଡିରୁ ଉଠି ପାରିଲା ନାହିଁ ଧାନ । ଆଠଗଡ଼ ବ୍ଲକ୍ କୁଲାଇଲୋ ସେବା ସମବାୟ ସମିତିରେ ପ୍ରଥମ ଦିନରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି । ଆଠଗଡ଼ ବ୍ଲକର ସବୁଠୁ ବଡ଼ ମଣ୍ଡି ଭାବରେ ପରିଚିତ କୁଲାଇଲୋ ସେବା ସମବାୟ ସମିତିରୁ ଗତବର୍ଷ ୧୭ ହଜାର କୁଇଣ୍ଟାଲ୍ ଧାନ କିଣା ଯାଇଥିବା ବେଳେ ଚଳିତ ବର୍ଷ ଆରମ୍ଭରୁ ଏଭଳି ସମସ୍ୟାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସ୍ଥାନୀୟ ଚାଷୀମାନେ ।  ଧାନ ବିକ୍ରୟ ପାଇଁ ଏହି ମଣ୍ଡିରେ ସକାଳୁ ଚାଷୀମାନେ ଆସୁଥିବା ବେଳେ ଦିନ ତିନିଟା ପର୍ୟ୍ୟନ୍ତ ଭୋକ ଉପାସରେ ପଡ଼ି ରହିଛନ୍ତି । ଶେଷରେ ଉତ୍ୟକ୍ତ ହୋଇ କୁଲାଇଲୋ ସେବା ସମବାୟ ସମିତିର ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିବା ଦେଖିବାକୁ ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe