କନକ ବ୍ୟୁରୋ: ଧାନର FAQ ମାନ ନିର୍ଦ୍ଧାରଣ ନେଇ ଚାଷୀ ମିଲର୍ ମୁହାମୁହିଁ । ମଣ୍ଡିରୁ ଉଠି ପାରିଲା ନାହିଁ ଧାନ । ଆଠଗଡ଼ ବ୍ଲକ୍ କୁଲାଇଲୋ ସେବା ସମବାୟ ସମିତିରେ ପ୍ରଥମ ଦିନରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି । ଆଠଗଡ଼ ବ୍ଲକର ସବୁଠୁ ବଡ଼ ମଣ୍ଡି ଭାବରେ ପରିଚିତ କୁଲାଇଲୋ ସେବା ସମବାୟ ସମିତିରୁ ଗତବର୍ଷ ୧୭ ହଜାର କୁଇଣ୍ଟାଲ୍ ଧାନ କିଣା ଯାଇଥିବା ବେଳେ ଚଳିତ ବର୍ଷ ଆରମ୍ଭରୁ ଏଭଳି ସମସ୍ୟାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସ୍ଥାନୀୟ ଚାଷୀମାନେ । ଧାନ ବିକ୍ରୟ ପାଇଁ ଏହି ମଣ୍ଡିରେ ସକାଳୁ ଚାଷୀମାନେ ଆସୁଥିବା ବେଳେ ଦିନ ତିନିଟା ପର୍ୟ୍ୟନ୍ତ ଭୋକ ଉପାସରେ ପଡ଼ି ରହିଛନ୍ତି । ଶେଷରେ ଉତ୍ୟକ୍ତ ହୋଇ କୁଲାଇଲୋ ସେବା ସମବାୟ ସମିତିର ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିବା ଦେଖିବାକୁ ମିଳିଛି ।
ଧାନର ମାନର ନିର୍ଦ୍ଧାରଣ ନେଇ ଚାଷୀ ମିଲର୍ ମୁହାମୁହିଁ । ଭୋକ ଉପାସରେ ପଡ଼ି ରହିଛନ୍ତି ଚାଷୀ ।
ମଣ୍ଡିରୁ ଉଠି ପାରିଲା ନାହିଁ ଧାନ । ଆଠଗଡ଼ ବ୍ଲକ୍ କୁଲାଇଲୋ ସେବା ସମବାୟ ସମିତିରେ ପ୍ରଥମ ଦିନରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି ।
/kanak/media/media_files/2025/01/04/yMWug39XYRHimF3xy5qz.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)