କନକ ବ୍ୟୁରୋ : ବିଦ୍ୟୁତ୍ କାଟ୍ ଯୋଗୁଁ ୩ ଘଣ୍ଟା ଧରି ମୋବାଇଲ ଲାଇଟ୍‌ରେ ହେଲା ରୋଗୀ ଚିକିତ୍ସା । ଆଜି ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଜେନେରେଟର୍ ଅଚଳ ହୋଇପଡ଼ିଥିବାରୁ ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ମୋବାଇଲ ଲାଇଟ୍‌ରେ ଚିକିତ୍ସା କରାଯାଇଛି । ଦୀର୍ଘ ୩ ଘଣ୍ଟା କାଳ ଲିଫ୍ଟ ଅଚଳ ହୋଇପଡ଼ିଥିଲା। ବିଶେଷ କରି ମୁଖ୍ୟ ଡାକ୍ତରଖାନାର ଓପିଡି, ସ୍ତ୍ରୀ ଓ ପ୍ରସୂତି ବିଭାଗ, ଭେଷଜ ବିଭାଗ, ରକ୍ତ ନମୁନା ସଂଗ୍ରହ କେନ୍ଦ୍ରରେ ରୋଗୀସେବା ସଂପୂର୍ଣ୍ଣ ବ୍ୟାହତ ହୋଇପଡ଼ିଥିଲା । ଆଜି ସକାଳ ୯ ଟାରୁ ମଧ୍ୟାହ୍ନ ସାଢ଼େ ଗୋଟାଏ ଯାଏଁ ବିଦ୍ୟୁତ୍‌ କାଟ୍‌ ହେବ ବୋଲି  ଗତକାଲି ଠାରୁ ଘୋଷଣା କରିଥିଲା ବିଦ୍ୟୁତ୍‌ ବିତରଣକାରୀ ସଂସ୍ଥା । ହେଲେ ସ୍ବାସ୍ଥ୍ୟ ବିଭାଗର ଅପାରଗତା ଯୋଗୁ ଅଚଳ ହୋଇପଡ଼ିଥିବା ଜେନେରେଟରକୁ କାର୍ଯ୍ୟକ୍ଷମ କରାଯାଇ ପାରିନଥିଲା । ୩ ଘଣ୍ଟା ପରେ ଜେନେରେଟର୍ ଠିକ୍ ହେବାରୁ ମେଡିକାଲରେ ରୋଗୀ ସେବା ସ୍ୱାଭାବିକ ହୋଇଥିଲା । ତେବେ ମେଡିକାଲ କର୍ତ୍ତୃପକ୍ଷଙ୍କ ଦାୟିତ୍ବହୀନତାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

ଡାଇରିଆ ଡାଟା :

Advertisment

ସ୍ବାସ୍ଥ୍ୟ ବିଭାଗର ଅପାରଗତା
ମୋବାଇଲ୍‌ ଲାଇଟ୍‌ରେ ରୋଗୀ ସେବା
ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ
ଜେନେରେଟର୍ ଅଚଳ
ହସ୍ପିଟାଲ୍‌ ଅନ୍ଧାର
ଦିନ ୯ଟାରୁ ଅପରାହ୍ନ ସାଢ଼େ ୧ଟା
୩ ଘଣ୍ଟା କାଳ ଚାଲିଲାନି ଲିଫ୍ଟ
ଆକ୍ତାମାକ୍ତା ହେଲେ ରୋଗୀ