ଶେଯ ଉପରେ ବସି ନାମ ଜପ କରି ହେବ କି ? ପ୍ରେମାନନ୍ଦଜୀ ଦେଲେ ସ୍ପଷ୍ଟ ଉତ୍ତର

Advertisment

ବୃନ୍ଦାବନର ସନ୍ଥ ପ୍ରେମାନନ୍ଦଜୀ ମହାରାଜଙ୍କର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଭଗବାନଙ୍କ ନାଁ ଯେକୌଣସି ଅବସ୍ଥାରେ କରିହେବ । କିନ୍ତୁ ଗୁରୁ ମନ୍ତ୍ର ଜପ କରିବାକୁ ଶାସ୍ତ୍ରରେ ଭିନ୍ନ ନିୟମ ରହିଛି, ଯାହା ସେ ଭାବରେ ବୁଝାଇ କହିଛନ୍ତି ମହାରାଜଜୀ । 

ବୃନ୍ଦାବନର ସନ୍ଥ ପ୍ରେମାନନ୍ଦଜୀ ମହାରାଜଙ୍କର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଭଗବାନଙ୍କ ନାଁ ଯେକୌଣସି ଅବସ୍ଥାରେ କରିହେବ । କିନ୍ତୁ ଗୁରୁ ମନ୍ତ୍ର ଜପ କରିବାକୁ ଶାସ୍ତ୍ରରେ ଭିନ୍ନ ନିୟମ ରହିଛି, ଯାହା ସେ ଭାବରେ ବୁଝାଇ କହିଛନ୍ତି ମହାରାଜଜୀ । 

6-Premamandji--

କନକ ବ୍ୟୁରୋ: ବୃନ୍ଦାବନର ସନ୍ଥ ପ୍ରେମାନନ୍ଦଜୀ ମହାରାଜଙ୍କର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଭଗବାନଙ୍କ ନାଁ ଯେକୌଣସି ଅବସ୍ଥାରେ କରିହେବ । କିନ୍ତୁ ଗୁରୁ ମନ୍ତ୍ର ଜପ କରିବାକୁ ଶାସ୍ତ୍ରରେ ଭିନ୍ନ ନିୟମ ରହିଛି, ଯାହା ସେ ଭାବରେ ବୁଝାଇ କହିଛନ୍ତି ମହାରାଜଜୀ । 

ଅନେକ ସମୟରେ ମନରେ ପ୍ରଶ୍ନ ଆସେ ସବୁ ସ୍ଥାନ ଏବଂ ସବୁ ଅବସ୍ଥାରେ ଭଗବାନଙ୍କ ନାଁ ଜପ କରିହେବ କି ନା? ବିଶେଷ କରି ଶୌଚାଳୟ କି ଶେଯ ଉପରେ ନାମ ଜପ କରିବାକୁ ନେଇ ଭ୍ରମ ରହିଥାଏ । ଏ ନେଇ ପ୍ରେମାନନ୍ଦଜୀଙ୍କ ପାଖକୁ ଆସିଥିବା ଜଣେ ମହିଳା ଶ୍ରଦ୍ଧାଳୁ ପ୍ରଶ୍ନ କରିଥିଲେ ଆଉ ସ୍ପଷ୍ଟ ଭାବରେ ବୁଝାଇ କହିଥିଲେ ପ୍ରେମାନନ୍ଦଜୀ । କହିଲେ,  ’ଶାସ୍ତ୍ରରେ ନାମ ଜପ ଓ ଗୁରୁ ମନ୍ତ୍ର ଜପର ଅଲଗା ଅଲଗା ନିୟମ ରହିଛି  ଏବଂ ଏଥିପାଇଁ ଭିନ୍ନ ଭିନ୍ନ ମର୍ଯ୍ୟାଦା ବି ରହିଛି । ମହାରାଜଜୀ କହିଛନ୍ତି, ’ହଁ ଏପରି କରାଯାଇପାରେ । ଶୌଚାଳୟରେ ଥାଇ ବି ଠାକୁରଙ୍କ ନାମ ଜପ କରାଯାଇପାରିବ । ଶାସ୍ତ୍ରରେ କୁହାଯାଇଛି, ଅପବିତ୍ରଃ ପବିତ୍ରୋ ବା ସର୍ବାବସ୍ଥା ଗତୋପି ବା , ଯଃ ସ୍ମରେତ୍ ପୁଣ୍ଡରିକାକ୍ଷଂ ସ ବାହ୍ୟାଭ୍ୟନ୍ତରଃ ଶୁଚିଃ’  ।। ଅର୍ଥାତ୍ ବ୍ୟକ୍ତି ପବିତ୍ର କି ଅପବିତ୍ର ଯେଉଁ ଅବସ୍ଥାରେ ଥାଉ ନା କାହିଁକି ଯଦି ସେ ଭଗବାନଙ୍କୁ ସୁମରଣା କରୁଛି ତାହାଲେ ତା’ର ଅନ୍ତର ବାହାର ପବିତ୍ର ହୋଇଯାଏ । 

ଅଧିକ ପଢ଼ନ୍ତୁ: ଦିନଟି ଆପଣଙ୍କର କିପରି କଟିବ ? ଜାଣନ୍ତୁ ଆଜିର ରାଶି ଫଳରୁ

ପ୍ରେମାନନ୍ଦଜୀ ଏକଥା ବି କହିଛନ୍ତି , ’ଯଦିଓ ଗୁରୁମନ୍ତ୍ରକୁ ନେଇ କିଛି ନିୟମ କୁହାଯାଇଛି । ଯେଉଁ ଶଯ୍ୟା ଉପରେ ଗୃହସ୍ଥ ଧର୍ମର ପାଳନ କରାଯାଉଛି ତା’ ଉପରେ ବସି ଗୁରୁ ମନ୍ତ୍ର ଜପ କରିବା ଅନୁଚିତ । ସେହିପରି ଶୌଚାଳୟ କିମ୍ବା କୌଣସି ଅପବିତ୍ର ଅବସ୍ଥାରେ ଗୁରୁ ମନ୍ତ୍ର ଜପ ବର୍ଜିତ ଅଟେ । କିନ୍ତୁ ଭଗବାନଙ୍କ ନାଁ ଜପ କରିବା ଏହି ନିୟମଠାରୁ ଅଲଗା । ନାମ ଜପ ଯେକୌଣସି ଅବସ୍ଥାରେ କରିହେବ । ସେ ଶୌଚାଳୟରେ ହେଉ ବା ଶେଯ ଉପରେ ହେଉ । ନାମ ସ୍ମରଣ କରିବାରେ କୌଣସି ପ୍ରତିବନ୍ଧକ ନାହିଁ । କାରଣ ଏହା ସ୍ବୟଂ ପବିତ୍ର କରୁଥିବା ମାଧ୍ୟମ । ଏହାର ଅର୍ଥ ବ୍ୟକ୍ତି ପ୍ରତି ପରିସ୍ଥିତିରେ ଭଗବାନଙ୍କ ନାମ ଜପ କରିପାରିବ କାରଣ ଏହା ଉଭୟ ମନ ଓ ଆତ୍ମକୁ ଶୁଦ୍ଧ କରିଥାଏ ଏବଂ ମନୁଷ୍ୟକୁ ଭଗବାନଙ୍କ ନିକଟତର କରାଏ । 

ଆଜିକା ଦିନରେ ସନ୍ଥ ପ୍ରେମାନନ୍ଦଜୀଙ୍କ ଜ୍ଞାନ ପାଇ ଅନେକ ବ୍ୟକ୍ତି ନିଜ ଜୀବନକୁ ସୁଧାରିବାକୁ ଚେଷ୍ଟା କରୁଛନ୍ତି । ନିଜର ବିଭିନ୍ନ ପ୍ରଶ୍ନ ନେଇ ତାଙ୍କ ପାଖକୁ ଆସୁଛନ୍ତି ଏବଂ ସତଜ୍ଞାନ ନେଇ ନିଜ ଜୀବନଶୈଳୀକୁ ସଜାଡ଼ୁଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe