ବେଙ୍ଗାଲୁରୁ ଟେଷ୍ଟରେ ପରାଜୟ ପରେ ଟିମ ଇଣ୍ଡିଆରେ ପରିବର୍ତ୍ତନ: ଏଣ୍ଟ୍ରି କଲେ ଅଲରାଉଣ୍ଡର ୱାସିଂଟନ ସୁନ୍ଦର

ବେଙ୍ଗାଲୁରୁର ଏମ. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଭାରତ-ନ୍ୟୁଜିଲାଣ୍ଡର ପ୍ରଥମ ଟେଷ୍ଟ ମ୍ୟାଚ ଶେଷ ହୋଇଛି । ଏଥିରେ ଭାରତ ୮ ୱିକେଟରେ ପରାଜିତ ହୋଇଛି । ନ୍ୟୁଜିଲାଣ୍ଡ ୩୬ ବର୍ଷ ପରେ ଭାରତ ମାଟିରେ ବିଜୟୀ ହୋଇଛି ।

fef

କନକ ବ୍ୟୁରୋ: ବେଙ୍ଗାଲୁରୁର ଏମ. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଭାରତ-ନ୍ୟୁଜିଲାଣ୍ଡର ପ୍ରଥମ ଟେଷ୍ଟ ମ୍ୟାଚ ଶେଷ ହୋଇଛି । ଏଥିରେ ଭାରତ ୮ ୱିକେଟରେ ପରାଜିତ ହୋଇଛି । ନ୍ୟୁଜିଲାଣ୍ଡ ୩୬ ବର୍ଷ ପରେ ଭାରତ ମାଟିରେ ବିଜୟୀ ହୋଇଛି । ଏବେ ଦୁଇ ଦେଶ ମଧ୍ୟରେ ଦ୍ୱିତୀୟ ମ୍ୟାଚ ୨୪ ଅକ୍ଟୋବର ପୁଣେରେ ଖେଳା ଯିବ । 

ଦ୍ୱିତୀୟ ଟେଷ୍ଟ ମ୍ୟାଚ ପୂର୍ବରୁ ଭାରତୀୟ ଟିମରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ବିସିସିଆଇ ଚୟନ କମିଟି ଆଗାମୀ ଦୁଇ ମ୍ୟାଚ ପାଇଁ ବାମହାତୀ ଅଲରାଉଣ୍ଡର ୱାସିଂଟନ ସୁନ୍ଦରଙ୍କୁ ଟିମରେ ସାମିଲ କରିଛି । ସୁନ୍ଦର ଦ୍ୱତୀୟ ଟେଷ୍ଟର ଆରମ୍ଭ ପୂର୍ବରୁ ପୁଣେରେ ଭାରତୀୟ ଟିମ ସହ ସାମିଲ ହେବେ । ସୁନ୍ଦର ରଣଜୀ ଟ୍ରଫିରେ ତାମିଲନାଡୁ ପାଇଁ ୧୫୨ ରନର ପାଳି ଖେଳିଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe