ଜନ ଆକ୍ରୋଶ ପରେ ବଦଳିଲା ଆଭିମୁଖ୍ୟ : ବର୍ଦ୍ଧିତ ଦରମା ନନେବାକୁ ବିରୋଧୀ ଦଳ ନେତାଙ୍କ ନିବେଦନ

Advertisment

ବିଧାନସଭାରେ ପ୍ରଥମେ ବିଲ୍‌କୁ ସମର୍ଥନ। ପରେ ଜନ ଅସନ୍ତୋଷ ପରେ ବଦଳିଗଲା ଆଭିମୁଖ୍ୟ ।

ବିଧାନସଭାରେ ପ୍ରଥମେ ବିଲ୍‌କୁ ସମର୍ଥନ। ପରେ ଜନ ଅସନ୍ତୋଷ ପରେ ବଦଳିଗଲା ଆଭିମୁଖ୍ୟ ।

NAVEEN PATNAIK

Photograph: (kanaknews)

କନକ ବ୍ୟୁରୋ : ବିଧାନସଭାରେ ପ୍ରଥମେ ବିଲ୍‌କୁ ସମର୍ଥନ। ପରେ ଜନ ଅସନ୍ତୋଷ ପରେ ବଦଳିଗଲା ଆଭିମୁଖ୍ୟ । ବିଧାନସଭାରେ ବିଧାୟକଙ୍କ ଦରମା ବୃଦ୍ଧି ନେଇ ବିଲ୍‌ ପାରିତ ପରେ ପ୍ରବଳ ଜନ ଆକ୍ରୋଶକୁ ଦୃଷ୍ଟିରେ ରଖି ଆଭିମୁଖ୍ୟ ବଦଳାଇଛି ବିଜେଡି ।  ବିଧାୟକ ମାନଙ୍କ ବର୍ଦ୍ଧିତ ଦରମା ଭତ୍ତା ଓ ପେନସନ ବିଲ୍‌ର ପୁନଃବିଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ରଖିଛି ବିଜେଡି । ବିଧାନସଭାରେ ବିଲ୍‌କୁ ସମର୍ଥନ କରିଥିଲେ ବି ଜନ ଅସନ୍ତୋଷକୁ ଦୃଷ୍ଟିରେ ରଖି ଏହାର ପୁର୍ନ ବିଚାର କରିବାକୁ ଦାବି କରାଯାଇଥିବା ଦଳ ପକ୍ଷରୁ କୁହାଯାଇଛି । ଗତ ୯ ତାରିଖରେ ବିଧାନସଭାରେ ବିଧାୟକ ମାନଙ୍କ ଦରମା ଓ ପେନସନ୍‌କୁ ନେଇ ବିଲ୍‌ ପାରିତ ହୋଇଥିଲା ।

ଅଧିକ ପଢନ୍ତୁ... ବର୍ଦ୍ଧିତ ଭତ୍ତା ନେବେନି ପ୍ରସାଦ ହରିଚନ୍ଦନ: ଜାଣନ୍ତୁ, ବିଧାୟକଙ୍କ ନୂଆ ଦରମାକୁ ନେଇ କହିଲେ କଣ?

କିନ୍ତୁ ପରେ ଏହାକୁ ନେଇ ତୀବ୍ର ଅସନ୍ତୋଷ ସହ ଖୁବ୍ ବିରୋଧ କରିଥିଲେ ଜନସାଧାରଣ । ତେଣୁ ଏହାକୁ ଦୃଷ୍ଟିରେ ରଖି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବର୍ଦ୍ଧିତ ଦରମା ନନେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ।  ଦଳ ପକ୍ଷରୁ କୁହାଯାଇଛି ଯେ, ବିରୋଧୀ ଦଳ ନେତା ଆଜି ପର୍ଯ୍ୟନ୍ତ ତାଙ୍କ ଦରମା କେବେ ବି ନେଇ ନାହାନ୍ତି । ସବୁ ଦରମାକୁ ସାଧାରଣ ଲୋକଙ୍କ କାମରେ ଲଗାଇ ଆସିଛନ୍ତି । ସେଥିପାଇଁ ଦଳର ସଭାପତିଙ୍କ ନିର୍ଦ୍ଦେଶକ୍ରମେ ବିଲ୍‌ର ପୁର୍ନବିଚାର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଦାବି କରାଯାଇଛି ।

ସୂଚନାଯୋଗ୍ୟ, ଗତକାଲି  ଦଳୀୟ କାର୍ଯ୍ୟାଳୟରେ ରାଜ୍ୟ ବିଜେପି ସଭାପତି ଓ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଧାୟକମାନଙ୍କର ବୈଠକ ଡକାଯାଇଥିଲା। ସେଠାରେ ବିଧାୟକମାନେ ପୂର୍ବ ଲିଖିତ ସ୍ମାରକପତ୍ରକୁ ବିଧିବଦ୍ଧ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ। ତେବେ ଏ ସମ୍ପର୍କରେ ବିଧାୟକମାନେ ଗଣମାଧ୍ୟମରେ ଅଧିକ ବୟାନବାଜି ନକରିବା ପାଇଁ ତାଗିଦ କରାଯାଇଛି। ବର୍ଦ୍ଧିତ ଦରମା ନିଶ୍ଚିତ କମିବ ବୋଲି ସେମାନଙ୍କୁ ସ୍ପଷ୍ଟ ଭାବେ ଜଣାଇ ଦିଆଯାଇଛି।

ବୈଠକ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ଗଣମାଧ୍ୟମକୁ କହିଥିଲେ, ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଦରମା, ଭତ୍ତା ବୃଦ୍ଧି ପ୍ରସଙ୍ଗରେ ନିକଟରେ ଶେଷ ହୋଇଥିବା ବିଧାନସଭା ଅଧିବେଶନରେ ଏକ ବିଧେୟକ ଗୃହୀତ ହୋଇଥିଲା। ଆଜି ଏ ସମ୍ବନ୍ଧରେ ବିଧାୟକମାନଙ୍କର ଏକ ବୈଠକ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବସିଥିଲା। ଲୋକମତକୁ ସମ୍ମାନ ଜଣାଇ ବିଧାୟକମାନଙ୍କ ଦରମା ଓ ଭତ୍ତା ବୃଦ୍ଧିର ପୁନର୍ବିଚାର କରିବାକୁ ବିଧାୟକମାନେ ଲିଖିତ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ।

ଅପରପକ୍ଷରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଡିସେମ୍ବର ୧୩ରେ ଦରମା ଓ ଭତ୍ତା ବୃଦ୍ଧି ବାବଦକୁ ମିଳିବାକୁ ଥିବା ଅର୍ଥ ନେବେନି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଥିଲେ। ଏହି ଅର୍ଥକୁ ଓଡ଼ିଶାବାସୀଙ୍କ କଲ୍ୟାଣ ପାଇଁ ଖର୍ଚ୍ଚ କରିବାକୁ ଅନୁରୋଧ କରିଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe