କନକ ବ୍ୟୁରୋ : ଆଜି ସକାଳୁ ଲାଗି ରହିଛି ବର୍ଷା । ଲଘୁଚାପ ପ୍ରଭାବରେ ଆଜି ଦିନସାରା ବର୍ଷା ଲାଗି ରହିବ । ଉପକୂଳ ଓଡିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ନେଇ ଆଶଙ୍କା ରହିଛି । ତେବେ ୬ଜିଲ୍ଲାରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି ।
ଅଧିକ ବର୍ଷା ସମ୍ଭାବନା ଥିବା ଜିଲ୍ଲାଗୁଡିକ ହେଉଛି କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଏବଂ ଢେଙ୍କାନାଳରେ ଅଧିକ ବର୍ଷିବା ନେଇ ପୂର୍ବନୁମାନ କରାଯାଇଛି । ଆସନ୍ତାକାଲି ଅପରାହ୍ନରେ ପାଗରେ ସୁଧାର ଆସିବ । ୨୮ତାରିଖରୁ ପାଗରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଥିବା ପାଣିପାଗ ବିଜ୍ଞାନୀ ଶରତ ସାହୁ ସୂଚନା ଦେଇଛନ୍ତି
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/kc8rnuFGBXOVmsFLp9xu.jpg)