କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ଦ୍ବାରା ହେବାକୁ ଥିବା ନିର୍ବାଚନ ମଣ୍ଡଳୀ ପୁନର୍ଗଠନକୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ସମର୍ଥନ କରିଛନ୍ତି । ମାତ୍ର ଏଥିରେ ଲୋକସଭା ଆସନ ସଂଖ୍ୟା ସ୍ଥିର କିମ୍ବା ଅନୁପାତ ଅନୁସାରେ ବଢ଼ାଇବାକୁ ପରାମର୍ଶ ଦେଇଛନ୍ତି ।
ଚନ୍ଦ୍ରବାବୁ ନାଇଡ଼ୁଙ୍କ ମତରେ ଲୋକସଭା ଆସନ ପୁନର୍ଗଠନ ପ୍ରକ୍ରିୟାରେ ଜନସଂଖ୍ୟା ଆଧାରରେ ହେବା ଉଚିତ ନୁହେଁ । ଯଦି କେନ୍ଦ୍ର ସରକାର ପ୍ରକ୍ରିୟା କରିବାକୁ ଚାହୁଛନ୍ତି ତାହେଲେ ଗୋଟିଏ ରାଜ୍ୟ ମଧ୍ୟରେ ସମସ୍ତ ଲୋକସଭା ଆସନ ପୁନର୍ଗଠନ ହେଉ । ମାତ୍ର ଆସନ ସଂଖ୍ୟା ସ୍ଥିର ରଖିବାକୁ ଚନ୍ଦ୍ରବାବୁ ପରାମର୍ଶ ଦେଇଛନ୍ତି । ଚନ୍ଦ୍ରବାବୁଙ୍କ ମତରେ ଜନସଂଖ୍ୟା ନିୟନ୍ତ୍ରଣ କରିବାରେ ଦକ୍ଷିଣ ରାଜ୍ୟଗୁଡ଼ିକ କରିଥିବା ଆଖିଦୃଶିଆ ଫଳାଫଳକୁ କେନ୍ଦ୍ର ସରକାର ଅଣଦେଖା କରିବା ଉଚିତ ନୁହେଁ । ଲୋକସଭା ଆସନ ସଂଖ୍ୟା ୫୪୩ରୁ ୮୪୮କୁ ବୃଦ୍ଧିକୁ ସମର୍ଥନ ଜଣାଇବେ । ମାତ୍ର ସବୁ ରାଜ୍ୟର ଲୋକସଭା ଆସନ ସଂଖ୍ୟା ଅନୁପାତ ଆଧାରରେ ବଢ଼ିବା ଉଚିତ ।
ଲୋକସଭା ଆସନ ପୁନର୍ଗଠନ ପ୍ରକିୟାକୁ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ୍ ବିରୋଧ କରୁଛନ୍ତି । ଏହି ମର୍ମରେ ସମସ୍ତ ଅଣବିଜେପି ମୁଖ୍ୟମନ୍ତ୍ରୀମାନଙ୍କ ଏକ ସମ୍ମିଳନୀ କରି ଏହା ବିରୋଧରେ ନେତୃତ୍ବ ନେଉଛନ୍ତି । ଏହା ଭିତରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ପୁନର୍ଗଠନ ପ୍ରକ୍ରିୟାରେ ଏମ୍କେ ଷ୍ଟାଲିନଙ୍କ ମତକୁ ସମର୍ଥନ କରିଥିବା ଦେଖାଦେଇଛି । କେନ୍ଦ୍ରର ଏନଡିଏ ସରକାରଙ୍କ ବହୁମତ ପାଇଁ ଚନ୍ଦ୍ରବାବୁ ନାଇଡ଼ୁଙ୍କ ୧୬ଜଣ ଟିଡିପି ସାଂସଦଙ୍କ ସମର୍ଥନ ବେଶ ଗୁରୁତ୍ବପୂର୍ଣ୍ଣ ଥିଲା । ଏହି ପରିପ୍ରେକ୍ଷୀରେ ନିର୍ବାଚନୀମଣ୍ଡଳୀ ପୁନର୍ଗଠନ ପ୍ରକ୍ରିୟା ସମ୍ପର୍କରେ କୌଣସି ନିଷ୍ପତ୍ତି ପୂର୍ବରୁ ଚନ୍ଦ୍ରବାବୁଙ୍କ ମତ ପ୍ରାଧାନ୍ୟ ନେବାର ସମ୍ଭାବନା ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/06/09/oBolcQvEKSbZOOKLnB48.png)