କନକ ବ୍ୟୁରୋ: ଆସନ୍ତା ୨୦୨୫ ମସିହା ସେପ୍ଟେମ୍ବର ମାସରେ ଏକ ମହତ୍ତ୍ୱପୂର୍ଣ୍ଣ ଭୌଗୋଳୀୟ ଘଟଣା ଘଟିବାକୁ ଯାଉଛି । ଯାହା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ମାସରେ ଏକ ଚନ୍ଦ୍ରଗ୍ରହଣ ଅନୁଷ୍ଠିତ ହେବ, ଯାହାର ପ୍ରଭାବ ସମସ୍ତ ୪ଟି ରାଶି ଉପରେ ପଡ଼ିବ । ଜ୍ୟୋତିର୍ବିଦମାନଙ୍କ ଗଣନା ଅନୁଯାୟୀ, ଏହି ଚନ୍ଦ୍ରଗ୍ରହଣ କିଛି ରାଶି ପାଇଁ ଅତ୍ୟନ୍ତ ଶୁଭ ଫଳଦାୟୀ ହେବାକୁ ଯାଉଛି । ଏହି ସମୟରେ ସେମାନଙ୍କର ଭାଗ୍ୟୋଦୟ ହେବାର ସମ୍ଭାବନା ରହିଛି ।

Advertisment

୨୦୨୫ ମସିହା ସେପ୍ଟେମ୍ବର ୭ ତାରିଖ ରବିବାର ଦିନ ଏହି ଚନ୍ଦ୍ରଗ୍ରହଣ ଅନୁଷ୍ଠିତ ହେବ  । ଭାରତୀୟ ସମୟ ଅନୁସାରେ, ଏହା ରାତିରେ ଆରମ୍ଭ ହୋଇ ସେପ୍ଟେମ୍ବର ୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଗ୍ରହଣ ଭାରତର ଅଧିକାଂଶ ସ୍ଥାନରେ ଦୃଶ୍ୟମାନ ହେବ । ତେଣୁ ଏହାର ଧାର୍ମିକ ଏବଂ ଜ୍ୟୋତିଷୀୟ ମହତ୍ତ୍ୱ ମଧ୍ୟ ରହିବ । ଏହି ଚନ୍ଦ୍ରଗ୍ରହଣ କୁମ୍ଭ ରାଶି ଏବଂ ପୂର୍ବଭାଦ୍ରପଦ ନକ୍ଷତ୍ରରେ ଘଟିବାକୁ ଯାଉଛି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ   ୪ ରାଶି ବ୍ୟକ୍ତିବିଶେଷଙ୍କ ପାଇଁ ସକାରାତ୍ମକ ପରିବର୍ତ୍ତନ ଆଣିବ ।  ହଠାତ୍‌  ଧନ ପ୍ରାପ୍ତ ହେବ ।  ଏଥିସହିତ  ଜୀବନରେ ସକାରତ୍ମକ  ପରିବର୍ତ୍ତନ ଦେଖିବାକୁ ମିଳିବ । 

ଆସନ୍ତୁ ଜାଣିବା କେଉଁ ରାଶିଗୁଡ଼ିକ ଏହି ସମୟରେ ଲାଭାନ୍ୱିତ ହେବେ: 

ମେଷ ରାଶି: ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ଚନ୍ଦ୍ରଗ୍ରହଣ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ। ଏହା ଆପଣଙ୍କ ରାଶିର ଲାଭ ସ୍ଥାନରେ ଘଟୁଥିବାରୁ ଆପଣଙ୍କୁ ଅପ୍ରତ୍ୟାଶିତ ଭାବେ ଆର୍ଥିକ ଲାଭ ମିଳିପାରେ । ବ୍ୟବସାୟରେ ନୂତନ ସୁଯୋଗ ସୃଷ୍ଟି ହେବ ଏବଂ ପୁରୁଣା ନିବେଶରୁ ଭଲ ଲାଭ ମିଳିବାର ସମ୍ଭାବନା ରହିଛି। ପରିବାରରେ ସୁଖଶାନ୍ତି ବୃଦ୍ଧି ପାଇବ । 

ମିଥୁନ ରାଶି: ମିଥୁନ ରାଶିର ବ୍ୟକ୍ତିମାନଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଅନୁକୂଳ ରହିବ । ଦୀର୍ଘ ଦିନ ଧରି ଅଟକି ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ଏବଂ ଧନପ୍ରାପ୍ତିର ନୂତନ ମାର୍ଗ ଉନ୍ମୁକ୍ତ ହେବ । କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ପ୍ରଦର୍ଶନକୁ ପ୍ରଶଂସା କରାଯିବ । ବରିଷ୍ଠ ଅଧିକାରୀଙ୍କ ସହଯୋଗ ମିଳିବ ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ମିଳିବ । 

କନ୍ୟା ରାଶି: ଏହି ଚନ୍ଦ୍ରଗ୍ରହଣ କନ୍ୟା ରାଶିର ବ୍ୟକ୍ତିମାନଙ୍କ ପାଇଁ ଶତ୍ରୁମାନଙ୍କ ଉପରେ ବିଜୟ ପ୍ରଦାନ କରିବ । କୋର୍ଟ-କଚେରୀ ମାମଲାରେ ସଫଳତା ମିଳିବାର ସମ୍ଭାବନା ରହିଛି। ଚାକିରି କ୍ଷେତ୍ରରେ ପଦୋନ୍ନତି ସହିତ ଆୟ ବୃଦ୍ଧିର ଯୋଗ ରହିଛି । ଆପଣଙ୍କର ନିଷ୍ଠା ଏବଂ କଠିନ ପରିଶ୍ରମର ଉଚିତ ଫଳ ମିଳିବ ।  

ଧନୁ ରାଶି: ଧନୁ ରାଶିର ବ୍ୟକ୍ତିମାନଙ୍କ ପାଇଁ ଚନ୍ଦ୍ରଗ୍ରହଣର ପ୍ରଭାବ ଅନୁକୂଳ ରହିବ। ଆପଣଙ୍କର ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଭାଇଭଉଣୀଙ୍କ ସହିତ ସମ୍ପର୍କ ମଧୁର ହେବ। କାର୍ଯ୍ୟକ୍ଷେତ୍ରରେ ପରିସ୍ଥିତି ଆପଣଙ୍କ ପକ୍ଷରେ ରହିବ ଏବଂ ଆପଣଙ୍କୁ ନୂତନ ଦାୟିତ୍ୱ ମିଳିପାରେ ।

ଏହି ଚନ୍ଦ୍ରଗ୍ରହଣ ଏକ ପ୍ରମୁଖ ଜ୍ୟୋତିଷୀୟ ଘଟଣା ହୋଇଥିବାରୁ, ଏହାର ପ୍ରଭାବକୁ ସକାରାତ୍ମକ ଭାବରେ ଗ୍ରହଣ କରିବା ଏବଂ ଗ୍ରହଣ ସମୟରେ ଧ୍ୟାନ ଓ ମନ୍ତ୍ରଜପ କରିବା ଶୁଭ ଫଳଦାୟୀ ହୋଇଥାଏ।