କନକ ବ୍ୟୁରୋ: ସେପ୍ଟେମ୍ବର ୭ରେ ଲାଗିବାକୁ ଯାଉଛି ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ । ଜ୍ୟୋତିଷ ଶାସ୍ତ୍ର ଏବଂ ଧାର୍ମିକ ବିଶ୍ୱାସ ଦୃଷ୍ଟିରୁ ବିଶେଷ ମହତ୍ତ୍ୱ ବହନ କରେ ଚନ୍ଦ୍ର ଗ୍ରହଣ । ୨୦୨୫ ମସିହାରେ ହେବାକୁ ଥିବା ଚନ୍ଦ୍ରଗ୍ରହଣ ମଧ୍ୟ ଏହାର ପ୍ରଭାବ ପକାଇବ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଯେ ଏହା ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ହେବ । ଯାହାକୁ ବ୍ଲଡ୍ ମୁନ୍ ନାମରେ ଜଣାଯିବ । ଏଥିସହିତ ଯେଉଁଦିନ ଚନ୍ଦ୍ରଗ୍ରହଣ ଲାଗିବ ସେହି ଦିନଠୁ ପିତୃପକ୍ଷ ଆରମ୍ଭ ହେଉଛି । ଏହି ଗ୍ରହଣ ରାତି ୯ଟା ୫୭ରୁ ଆରମ୍ଭ ହୋଇ ୧ ଟା୨୬ ପର୍ୟ୍ୟନ୍ତ ରହିବ । ଭାରତୀୟ ପରମ୍ପରା ଅନୁଯାୟୀ, ଗ୍ରହଣ ପରେ କିଛି ନିର୍ଦ୍ଦିଷ୍ଟ କାର୍ୟ୍ୟ କରିବା ଶୁଭ ବୋଲି ବିବେଚନା କରାଯାଏ । ଏହି କାର୍ୟ୍ୟଗୁଡ଼ିକ ମଧ୍ୟରୁ ଦାନ କରିବା ଅନ୍ୟତମ । ଯାହା ଅତ୍ୟନ୍ତ ପୁଣ୍ୟଦାୟକ ବୋଲି ବିଶ୍ୱାସ କରାଯାଏ । ମାନ୍ୟତା ରହିଛି ଯେ ଗ୍ରହଣ ପରେ ଦାନ କରିବା ଦ୍ୱାରା ନକାରାତ୍ମକ ପ୍ରଭାବ କମିଯାଏ ଏବଂ ଶୁଭ ଫଳ ପ୍ରାପ୍ତ ହୁଏ ।
ଧାର୍ମୀକ ମାନ୍ୟତା ଅନୁସାରେ ଚନ୍ଦ୍ର ଗ୍ରହଣ ପରେ ଧଳା ବସ୍ତୁର ଦାନ କରିବା ଦ୍ବାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ଯେପରିକି
ଚାଉଳ: ଚାଉଳ ହେଉଛି ଚନ୍ଦ୍ରଙ୍କ ପ୍ରିୟ ଅନ୍ନ ଏବଂ ଏହା ଶୁଦ୍ଧତାର ପ୍ରତୀକ । ଚନ୍ଦ୍ରଗ୍ରହଣ ପରେ ଚାଉଳ ଦାନ କରିବା ଦ୍ୱାରା ମାନସିକ ଶାନ୍ତି ମିଳେ ଏବଂ ଚନ୍ଦ୍ରଙ୍କ ନକାରାତ୍ମକ ପ୍ରଭାବ କମିଯାଏ । ଏହା ମଧ୍ୟ ଧନ ବୃଦ୍ଧି କରିଥାଏ ବୋଲି ବିଶ୍ୱାସ କରାଯାଏ । ଗରିବ ଲୋକଙ୍କୁ ଚାଉଳ ଦାନ କରିବା ବିଶେଷ ଫଳପ୍ରଦ ହୋଇଥାଏ ।
କ୍ଷୀର ବା ଦୁଗ୍ଧଜାତ ଦ୍ରବ୍ୟ: କ୍ଷୀର ମଧ୍ୟ ଚନ୍ଦ୍ରଙ୍କ ସହିତ ଜଡ଼ିତ । କ୍ଷୀର ବା କ୍ଷୀରରୁ ତିଆରି ଜିନିଷ ଯଥା ଛେନା, ଦହି, ଖିରୀ ଆଦି ଦାନ କରିବା ଦ୍ୱାରା ଚନ୍ଦ୍ର ଦୋଷରୁ ମୁକ୍ତି ମିଳେ । ଏହା ସ୍ୱାସ୍ଥ୍ୟ ଏବଂ ସମୃଦ୍ଧି ଆଣିଥାଏ । ବିଶେଷ କରି ସୋମବାର ଦିନ ଏହି ଦାନ କରିବା ଅତ୍ୟନ୍ତ ଶୁଭ ।
ଧଳା ବସ୍ତ୍ର: ଧଳା ରଙ୍ଗ ଶାନ୍ତି ଏବଂ ଶୁଦ୍ଧତାର ପ୍ରତୀକ । ଗ୍ରହଣ ପରେ ଧଳା ବସ୍ତ୍ର ଦାନ କରିବା ଦ୍ୱାରା ଗ୍ରହଣର ଅଶୁଭ ପ୍ରଭାବ ଦୂର ହୁଏ ଏବଂ ସକାରାତ୍ମକ ଶକ୍ତି ବୃଦ୍ଧି ପାଏ । ନିସହାୟ ଏବଂ ଗରିବ ଲୋକଙ୍କୁ ଧଳା ବସ୍ତ୍ର ଦାନ କରିବା ପୁଣ୍ୟ ଦେଇଥାଏ ।
୪. ଚିନି ବା ମିଠା: ଚିନି ଏବଂ ଅନ୍ୟାନ୍ୟ ଧଳା ମିଠା ଜିନିଷ ଦାନ କରିବା ଦ୍ୱାରା ମଧ୍ୟ ଚନ୍ଦ୍ର ଦୋଷରୁ ମୁକ୍ତି ମିଳେ । ଏହା ଜୀବନରେ ମଧୁରତା ଆଣିଥାଏ ଏବଂ ସମ୍ପର୍କରେ ଉନ୍ନତି ଆଣେ । ବିଶେଷ କରି ମିଠା ଖିରୀ ଦାନ କରିବା ଅଧିକ ଶୁଭ ।
ବିଶ୍ବାସ ରହିଛି ଯେ ଏହି ଜିନିଶ ଦାନ କରିବା ଦ୍ବାରା ଜୀବନରେ କେକେ ଧନର ଅଭାବ ରୁହେନା । ଏବଂ ପରିବାରରେ ମା ଲକ୍ଷ୍ମୀଙ୍କ କୃପା ରହିଥାଏ। ଏଥିସହିତ ସକାରାତ୍ମକ ଊର୍ଜା ବଢ଼ିଥାଏ ।
ଯଦି କୌଣସି ବ୍ୟକ୍ତିର କୁଣ୍ଡଳିରେ ଚନ୍ଦ୍ର ଦୋଷ ଅଛି ତେବେ ଚନ୍ଦ୍ର ଗ୍ରହଣ ପରେ ରୂପା ଦାନ କରନ୍ତୁ । ଏହା ଦ୍ବାରା ଚନ୍ଦ୍ର ଦୋଷରୁ ମୁକ୍ତି ମିଳିଥାଏ । ରୂପାକୁ ଚନ୍ଦ୍ରଙ୍କ ଧାତୁ ବୋଲି ବିବେଚନା କରାଯାଏ । ଗ୍ରହଣ ପରେ ରୂପା ମୁଦ୍ରା, ରୂପା ପାତ୍ର କିମ୍ବା ରୂପା ଅଳଙ୍କାର ଦାନ କରିବା ଅତ୍ୟନ୍ତ ଫଳପ୍ରଦ ବୋଲି ମାନ୍ୟତା ରହିଛି । ଏହା ଆର୍ଥିକ ସମସ୍ୟା ଦୂର କରିଥାଏ ଏବଂ ଧନ ବୃଦ୍ଧି କରିଥାଏ ।
ଦାନ କରିବାର ନିୟମ:
ସ୍ନାନ ଏବଂ ଶୁଦ୍ଧତା: ଗ୍ରହଣ ଶେଷ ହେବା ପରେ ପ୍ରଥମେ ସ୍ନାନ କରି ଶୁଦ୍ଧ ହୁଅନ୍ତୁ । ସମ୍ଭବ ହେଲେ ଗଙ୍ଗାଜଳ ବା ପବିତ୍ର ଜଳରେ ସ୍ନାନ କରନ୍ତୁ ।
ସଂକଳ୍ପ: ଦାନ କରିବା ପୂର୍ବରୁ ସଂକଳ୍ପ କରନ୍ତୁ । କେଉଁ ଉଦ୍ଦେଶ୍ୟରେ ଦାନ କରୁଛନ୍ତି ତାହା ମନେ ମନେ କୁହନ୍ତୁ ।
ଉତ୍ତମ ପାତ୍ରକୁ ଦାନ: ଦାନ ସର୍ବଦା ଯୋଗ୍ୟ ବା ଆବଶ୍ୟକ କରୁଥିବା ବ୍ୟକ୍ତିଙ୍କୁ କରିବା ଉଚିତ୍ । ମନ୍ଦିରରେ, ଗରିବ ଲୋକଙ୍କୁ, ବ୍ରାହ୍ମଣଙ୍କୁ ବା ଅସହାୟ ବ୍ୟକ୍ତିଙ୍କୁ ଦାନ କରିବା ବିଶେଷ ଫଳପ୍ରଦ ହୋଇଥାଏ ।
ଶ୍ରଦ୍ଧା ସହ ଦାନ: ଦାନ ସର୍ବଦା ଶ୍ରଦ୍ଧା ଏବଂ ଭକ୍ତିର ସହ କରିବା ଉଚିତ୍ । ଇଚ୍ଛା ନଥାଇ ଦାନ କରିବା ଦ୍ୱାରା ଫଳ ମିଳେନାହିଁ ।
ଦାନ ପରେ ମୌନ: ଦାନ କରିବା ପରେ ସେ ସମ୍ପର୍କରେ ଅଧିକ କଥାବାର୍ତ୍ତା ନକରିବା ଉଚିତ୍ ।