କନକ ବ୍ୟୁରୋ: ଚାନ୍ଦିପୁର ଡିଆରଡିଓ ତଥ୍ୟ ଲିକ୍‌ ମାମଲାରେ ଗିରଫ ପାକିସ୍ତାନୀ ଏଜେଣ୍ଟକୁ ବାଲେଶ୍ବର ଜେଲ ଅଣାଯାଇଛି। ପାକିସ୍ତାନୀ ଏଜେଣ୍ଟ ଆସିଫ ଅଲ୍ଲୀକୁ ୟୁପି ମିରଟ୍ ଜେଲରୁ ବାଲେଶ୍ୱର ଜେଲକୁ ସ୍ଥାନାନ୍ତର କରାଯାଇଛି। ବାଲେଶ୍ୱର ଏସଡିଜେଏମ୍ କୋର୍ଟରେ ହାଜର ପରେ ବାଲେଶ୍ୱର ଜେଲକୁ ଆସିଛି ଆସିଫ । ଆଇଏସଆଇ ଏଜେଣ୍ଟ ଆସିଫ ଅଲ୍ଲୀ ପୂର୍ବରୁ ଡିଆରଡିଓ ଈଶ୍ୱର ବେହେରା ମାଧ୍ୟମରେ ଅନେକ ତଥ୍ୟ ହାତେଇଥିଲା। ସେହି ମାମଲାରେ ଈଶ୍ୱର ବେହେରା ଗିରଫ ହୋଇ ଆଜୀବନ ସଜା କାଟୁଛି। ୨୦୧୫ ମସିହାରେ ବାଲେଶ୍ୱର ଚାନ୍ଦିପୁର ଡିଆରଡିଓ ତଥ୍ୟ ଲିକ୍‌ ମାମଲାରେ ଈଶ୍ୱର ବେହେରା ଏବଂ ଉତ୍ତର ପ୍ରଦେଶରୁ ଆସିଫ ଅଲ୍ଲୀ ଗିରଫ ହୋଇଥିଲା। ଆସିଫ୍ ଅଲ୍ଲୀ ବିରୋଧରେ ଦେଶଦ୍ରୋହ ମାମଲା ଲାଗିଛି।