ଚଣ୍ଡିଖୋଲ-ପାରାଦୀପ ରାଜପଥ ଅଣ୍ଡରପାସ୍ ସମ୍ପ୍ରସାରଣ ଦାବି, ୫ ଦିନ ହେବ ଲୋକଙ୍କ ଆମରଣ ଅନଶନ

Advertisment

ବାରମ୍ବାର ଜାତୀୟ ରାଜପଥ ଅବରୋଧ କରୁଛନ୍ତି । ଆଜି ରାସ୍ତା ଅବରୋଧ ପାଇଁ ସଜବାଜ ହେଉଥିବା ବେଳେ କିଛି ଆନ୍ଦୋଳନକାରୀଙ୍କୁ ଉଠାଇ ନେଇଥିଲା ପୁଲିସ। ତା'ପରେ ବିଗିଡ଼ି ଯାଇଥିଲା ସ୍ଥିତି । ପ୍ରତିବାଦରେ ସ୍ଥାନୀୟ ଲୋକେ ମାର୍ଶାଘାଈ ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରିସ୍ଥିତି ଅଣାୟତ ହୋଇପଡ଼ିଥିଲା। ପୁଲିସ-ଆନ୍ଦୋଳନକାରୀ ଗ୍ରାମବାସୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି ।

ବାରମ୍ବାର ଜାତୀୟ ରାଜପଥ ଅବରୋଧ କରୁଛନ୍ତି । ଆଜି ରାସ୍ତା ଅବରୋଧ ପାଇଁ ସଜବାଜ ହେଉଥିବା ବେଳେ କିଛି ଆନ୍ଦୋଳନକାରୀଙ୍କୁ ଉଠାଇ ନେଇଥିଲା ପୁଲିସ। ତା'ପରେ ବିଗିଡ଼ି ଯାଇଥିଲା ସ୍ଥିତି । ପ୍ରତିବାଦରେ ସ୍ଥାନୀୟ ଲୋକେ ମାର୍ଶାଘାଈ ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରିସ୍ଥିତି ଅଣାୟତ ହୋଇପଡ଼ିଥିଲା। ପୁଲିସ-ଆନ୍ଦୋଳନକାରୀ ଗ୍ରାମବାସୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି ।

kendrapada

କନକ ବ୍ୟୁରୋ :  ଚଣ୍ଡିଖୋଲ-ପାରାଦୀପ ୫୩ ନମ୍ବର ଜାତୀୟ ରାଜପଥ ଶିଲିପୁର ଠାରେ ଅଣ୍ଡର ପାସ୍‌ ସଂପ୍ରସାରଣ ଦାବି । ଗତ ୫ ତାରିଖରୁ ଆମରଣ ଅନସନରେ ବସିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇର ଶିଳିପୁର ପଂଚାୟତବାସୀ । ତଥାପି ସନ୍ତୋଷ ଜନକ ଉତ୍ତର ମିଳୁନଥିବାରୁ ରାସ୍ତାକୁ ଓହ୍ଲାଇଛନ୍ତି । ବାରମ୍ବାର ଜାତୀୟ ରାଜପଥ ଅବରୋଧ କରୁଛନ୍ତି । ଆଜି ରାସ୍ତା ଅବରୋଧ ପାଇଁ ସଜବାଜ ହେଉଥିବା ବେଳେ କିଛି ଆନ୍ଦୋଳନକାରୀଙ୍କୁ ଉଠାଇ ନେଇଥିଲା ପୁଲିସ। ତା'ପରେ ବିଗିଡ଼ି ଯାଇଥିଲା ସ୍ଥିତି । ପ୍ରତିବାଦରେ ସ୍ଥାନୀୟ ଲୋକେ ମାର୍ଶାଘାଈ ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରିସ୍ଥିତି ଅଣାୟତ ହୋଇପଡ଼ିଥିଲା। ପୁଲିସ-ଆନ୍ଦୋଳନକାରୀ ଗ୍ରାମବାସୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି ।

ଅଧିକ ପଢ଼ନ୍ତୁ : ବର୍ଷେ ଗଲାନାହିଁ ୫ କୋଟିର କାମ, କେନ୍ଦ୍ରାପଡ଼ା ମାର୍ଶାଘାଇ ଲୁଣା ନଦୀ ବନ୍ଧରୁ ଧସିଲା ପଥର ସ୍ପର

 ଶିଳିପୁର ଅଣ୍ଡର ପାସ ଦେଇ ଶିଳିପୁର ପଂଚାୟତ ସହିତ ମହାକାଳପଡା ବ୍ଲକର ହଜାର ହଜାର ଲୋକେ ଯାତାୟାତ କରନ୍ତି । ସ୍କୁଲ କଲେଜ ପିଲା ଯିବା ଆସିବା କରିବା ସହ ମାର୍ଶାଘାଇ ବ୍ଲକ ମୁଖ୍ୟାଳୟ ଓ ମେଡିକାଲକୁ ଯା'ଆସ କରନ୍ତି। ହେଲେ ଜାତୀୟ ରାଜପଥ ପ୍ରସସ୍ତିକରଣ କାର୍ଯ୍ୟରେ  ଅଣ୍ଡର ପାସ ସଠିକ ଭାବେ ନିର୍ମାଣ ହେଉନାହିଁ । ଉଚ୍ଚତା କମ ଥିବାରୁ ଯାତାୟାତରେ ଅସୁବିଧା ହେବ ବୋଲି କହିଛନ୍ତି ସ୍ଥାନୀୟ ଲୋକେ। ଉପଜିଲ୍ଲାପାଳ ମଧ୍ୟ ଆଲୋଚନା କରିଛନ୍ତି, କିନ୍ତୁ କିଛି ନିର୍ଯାସ ବାହାରି ପାରିନାହିଁ। ତେଣୁ ପୂର୍ବ ଭଳି ଜାତୀୟ ରାଜପଥ କଡ଼ରେ ଆମରଣ ଅନଶନ ଜାରି ରହିଛି। ନିଜ ଦାବିରେ ଅଟଳ ପଞ୍ଚାୟତବାସୀ ଅନଶନରେ ବସିଛନ୍ତି ।  ଘଟଣା ସ୍ଥଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ଶାନ୍ତି ଶୃଙ୍ଖଳା ପାଇଁ ୪ ପ୍ଲାଟୁନ୍ ପୁଲିସ ଓ ୧୫ ଅଫିସର ନିୟୋଜିତ ହୋଇଛନ୍ତି। ମାର୍ଶାଘାଈ ଥାନା ସମ୍ମୁଖରେ ବିଏନଏସ୍‌ ୧୬୩ ଧାରା ଲାଗୁ କରାଯାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe