Marsaghai Photograph: (KanakNews)
କନକ ବ୍ୟୁରୋ : ଅଣ୍ଡରପାସ ଦାବିରେ ଜନ ଆନ୍ଦୋଳନ । କେନ୍ଦ୍ରାପଡ଼ା ମାର୍ଶାଘାଇ ଥାନା ଆଗରେ ପ୍ରବଳ ଉତ୍ତେଜନା । କେନ୍ଦ୍ରାପଡ଼ା ଜିଲ୍ଲା ଚଣ୍ଡିଖୋଲ-ପାରାଦ୍ବୀପ ୫୩ ନମ୍ବର ଜାତୀୟ ରାଜପଥ ଶିଲିପୁର ଠାରେ ଅଣ୍ଡର ପାସ ସଂପ୍ରସାରଣ ଦାବିରେ ଆଜି ପୁଣିଥରେ ରାସ୍ତା ଅବରୋଧ କରୁଥିବାବେଳେ ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୁଲିସ । ୬ରୁ ଅଧିକ ଆନ୍ଦୋଳନକାରୀଙ୍କୁ ଉଠାଇନେଲା ମାର୍ଶାଘାଇ ଥାନା ପୁଲିସ । ପ୍ରତିବାଦରେ ସ୍ଥାନୀୟ ଲୋକ ମାର୍ଶାଘାଈ ଥାନା ଆଗରେ ବିକ୍ଷୋଭ କରିଛନ୍ତି ।
ପ୍ରତିବାଦବେଳେ ପୁଲିସ ସହିତ ଧସ୍ତାଧସ୍ତି, ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା । ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ମୁତୟନ ଅଛନ୍ତି ୪ ପ୍ଲାଟୁନ ପୁଲିସ ଫୋର୍ସ ଓ ୧୫ ଅଫିସର । ମାର୍ଶାଘାଇ ଥାନା ସମ୍ମୁଖରେ ୧୬୩ ଧାରା ଲାଗୁ ହୋଇଛି । ସେପଟେ ଜାତୀୟ ରାଜପଥ କଡରେ ଆମରଣ ଅନଶନରେ ବସିଛନ୍ତି ପଞ୍ଚାୟତବାସି । ଘଟଣା ସ୍ଥଳରେ ବ୍ୟାପକ ପୋଲିସ ମୁତୟନ ।
ଅଧିକ ପଢ଼ନ୍ତୁ---ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ଟଣାଓଟରା, ମୃତ୍ୟୁର ୩ ଦିନ ପରେ ବି ହୋଇପାରୁନି ଅନ୍ତିମ ସଂସ୍କାର
Follow Us