CHANDIKHOLA Photograph: (KANAK NEWS)
କନକ ବ୍ୟୁରୋ : ବିପର୍ଯ୍ୟସ୍ତ ଅବସ୍ଥାରେ ଯାଜପୁର ଜିଲ୍ଲାର ପ୍ରବେଶ ଦ୍ୱାର ଚଣ୍ଡିଖୋଲ । ରାଜ୍ୟ ତଥା ଦେଶର ଅର୍ଥନୀତିକୁ ସମୃଦ୍ଧ କରିବାରେ ପ୍ରମୁଖ ଭୂମିକା ନେଉଥିବା ଏହି ବଜାର ପ୍ରତି ଜାତୀୟ ରାଜପଥ କତ୍ତୃପକ୍ଷଙ୍କ ବୈମାତୃକ ମନୋଭାବକୁ ପ୍ରଶ୍ନ ଉଠିଛି । ବଡଚଣା ବ୍ଲକର ପ୍ରମୁଖ ବଜାର ଚଣ୍ଡିଖୋଲ । ଯାଜପୁର ଜିଲ୍ଲାର ପ୍ରବେଶ ଦ୍ୱାର କୁହାଯାଉଥିବା ଚଣ୍ଡିଖୋଲକୁ ସଂଯୋଗ କରୁଛି କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ଢେଙ୍କାନାଳ । ଗୋଟିଏ ପଟରେ ବନ୍ଦର ନଗରୀ ପାରାଦ୍ୱୀପ ଅନ୍ୟପଟେ ଶିଳ୍ପ ନଗରୀ କଳିଙ୍ଗନଗର । ହେଲେ ଜାତୀୟ ରାଜପଥ କତ୍ତୃପକ୍ଷଙ୍କ ଅଧିନରେ ଆସୁଥିବା ଏହି ବଜାରଟି ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ଥ । କୁଢ଼କୁଢ଼ ଅଳିଆ ଆବର୍ଜନା ସାଙ୍ଗକୁ ଅସମ୍ପୂର୍ଣ ରାସ୍ତା ଘାଟ ଅସନ୍ତୋଷ ବଢ଼ାଉଛି ।
ଆହୁରି ପଢ଼ନ୍ତୁ... ଏକରୁ ଅଧିକ ବାହାହେଲେ କାର୍ଯ୍ୟାନୁଷ୍ଠାନ: ଶୀଘ୍ର ଆସିବ ଆଇନ, ନିୟମ ଭାଙ୍ଗିଲେ ୭ ବର୍ଷ ଜେଲ୍
ଚଣ୍ଡିଖୋଲରୁ ପାରାଦୀପ ଜାତୀୟ ରାଜପଥ ସମ୍ପ୍ରସାରଣ କାମ ଚାଲିଥିବା ବେଳେ ଛକକୁ ଲାଗିଥିବା ରାସ୍ତା ଗୁଡ଼ିକ ଅସମ୍ପୂର୍ଣ୍ଣ ହୋଇପଡ଼ିଛି । ପ୍ରତିଦିନ ଛକରୁ ଶହଶହ ଗାଡ଼ି ଯାତୟାତ କରୁଛି । ହେଲେ ଯାତ୍ରୀ ନିବାସଟିଏ ନାହିଁ । ପୂର୍ବ ସରକାରଙ୍କ ସମୟରେ ଯେଉଁ ସୌର ଚାଳିତ ପାନୀୟ ଜଳ ପ୍ରକଳ୍ପ କରାଯାଇଥିଲା ତାହା ଏବେ ଅଚଳ । ଛକର ବିଭିନ୍ନ ସ୍ଥାନରେ କୁଢ଼ କୁଢ଼ ଅଳିଆ ପଡ଼ୁଛି । ଭେଣ୍ଡିଂ ଜୋନ୍ ନଥିବାରୁ ରାସ୍ତା କଡ଼ରେ ବେପାରୀ ବସୁଛନ୍ତି । ଖାଲି ସେତିକି ନୁହେଁ, ଛକରେ ଥିବା ଅସମ୍ପୂର୍ଣ୍ଣ ଫ୍ଲାଏଓଭର ଲୋକଙ୍କୁ ଯନ୍ତ୍ରଣା ଦେଉଛି । ନିକଟରେ ରାଜ୍ୟ ସରକାର ଏହି ବଜାରକୁ ଏନ୍ଏସି ମାନ୍ୟତା ଦେଇଛନ୍ତି । ହେଲେ ଏହାର ବିକାଶ ଦିଗରେ ସରକାର ମୁହଁ ମୋଡ଼ି ଦେଇଥିବା ଭଳି ମନେ ହେଉଛି ।
Follow Us