କନକବ୍ୟୁରୋ : ଜମୁଛି ବିଶ୍ୱ ପ୍ରସିଦ୍ଧ ଚନ୍ଦନେଶ୍ବର ଚଡ଼କ ମେଳା । ଆଜି ହେଉଛି ଚଡ଼କ ପର୍ବର ପଞ୍ଚମ ଅର୍ଘ୍ୟ । ଏହି ଦିନ ମହାଦେବ-ରାକ୍ଷସୀ ବିବାହର ସ୍ୱତନ୍ତ୍ରତା ରହିଛି । ଆଜି ମନ୍ଦିର ଗର୍ଭ ଗୃହରେ ଗୁପ୍ତ ଭାବରେ ରାକ୍ଷସୀକୁ ବିବାହ କରିବେ ମହାଦେବ । ସକାଳୁ ନୀତିକାନ୍ତି ସରିବା ପରେ ବିରାଟ ପଟୁଆରରେ ମନ୍ଦିରରୁ ଶୋଭାଯାତ୍ରା ବାହାରି ବାବାଙ୍କ ଘଟ ନେଇ ଭୋଟପୁର ସ୍ଥିତ ରାକ୍ଷସୀଙ୍କୁ ବାଜା ବଜାଇ ନାଚି ନାଚି ମନ୍ଦିରକୁ ଅଣାଯାଇଥିଲା । ରାତିରେ ମନ୍ଦିର ଭିତରେ ଗୁପ୍ତ ଭାବରେ ବିବାହ କାର୍ଯ୍ୟ ସମ୍ପନ ହେବ । ଏହି ପର୍ବକୁ ଦେଖିବା ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି ।
ଚନ୍ଦନେଶ୍ବର ଚଡ଼କ ମେଳା : ବିରାଟ ପଟୁଆରରେ ମନ୍ଦିରରୁ ଶୋଭାଯାତ୍ରା ବାହାରିଲେ ବର ଓ ବରଯାତ୍ରୀ
ଜମୁଛି ବିଶ୍ୱ ପ୍ରସିଦ୍ଧ ଚନ୍ଦନେଶ୍ବର ଚଡ଼କ ମେଳା । ଆଜି ହେଉଛି ଚଡ଼କ ପର୍ବର ପଞ୍ଚମ ଅର୍ଘ୍ୟ । ଏହି ଦିନ ମହାଦେବ-ରାକ୍ଷସୀ ବିବାହର ସ୍ୱତନ୍ତ୍ରତା ରହିଛି ।
/kanak/media/media_files/2025/04/09/S3C2zEAOK7ZMWpBn68tm.jpg)