ହତ୍ୟାର ହଟସ୍ପଟ୍ ପାଲଟିଛି ଚନ୍ଦକା ଜଙ୍ଗଲ. ଗୋଟିଏ ପରେ ଗୋଟିଏ ମୃତଦେହ ମିଳିବା ପରେ ଛନିଆ ସ୍ଥାନୀୟ ଲୋକ

କମିଶନରେଟ ପୁଲିସର ତଥ୍ୟ ଅନୁସାରେ, ବିଗତ ୧୦ ବର୍ଷ ଭିତରେ ଟୁଇନସିଟିରେ ୨୭୫ ରୁ ଉର୍ଦ୍ଧ୍ବ ମୃତଦେହର ପରିଚୟ ମିଳିନାହିଁ । ପୁଲିସର ନିୟମ ମୁତାବକ ଏକ ଅଜଣା ମୃତଦେହ ମିଳିବା ପରେ ପୁଲିସ ପ୍ରଥମେ ୭୨ ଘଣ୍ଟା ଶବକୁ ହେପାଜତରେ ରଖିବେ ।

chandaka

କନକ ବ୍ୟୁରୋ :  କେଉଁଠି ଝୁଲୁଛି ଶବ । ତ କେଉଁଠି ପଡ଼ି ରହିଛି କଙ୍କାଳ ଓ ଆଉ କେଉଁଠି ମଣିଷ ଶବକୁ ଝୁଣି ଝୁଣି ଖାଉଛନ୍ତି ବିଲୁଆ, କୁକୁର । ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଜଙ୍ଗଲ ଅଞ୍ଚଳରେ, ବିଗତ କିଛି ଦିନରେ ମୃତଦେହ ମିଳିବା ଘଟଣା ପୁଲିସର ନିଦ ହଜାଇଥିବା ବେଳେ, ଅନେକ ମୃତ ଦେହର ପରିଚୟ ବି ମିଳି ପାରୁନି ଓ କିନ୍ତୁ ବିଶେଷକରି ବାରମ୍ବାର ଚନ୍ଦକା ଅଞ୍ଚଳରେ ମୃତଦେହ ପଡ଼ିଥିବା ଘଟଣାକୁ ନେଇ ଏବେ ପୁଲିସର ମୁଣ୍ଡବିନ୍ଧା ବଢିଛି  ଓ ଟ୍ୟାକ୍ସି ଡ୍ରାଇଭରଙ୍କ ଫିଲ୍ମ ଷ୍ଟାଇଲରେ ଅପହରଣ ପରେ ମୃତଦେହ ଓ କାଜୁ ଜଙ୍ଗଲରେ ଜଣେ ଯୁବକର ଝୁଲନ୍ତା ଶବ । ଏବେ ଅଧା ମାଂସ ହାଡ଼ ଲଗା ମୃତଦେହ ମିଳିବା ଘଟଣା ରାଜଧାନୀରେ ଚଞ୍ଚଲ୍ୟ ଖେଳାଇ ଦେଇଛି ।

ଅଡ଼ୁଆରେ ମାଲକାନଗିରି ଜିଲ୍ଲାପରିଷଦ ଅଧ୍ୟକ୍ଷା, ମିଥ୍ୟା ଜାତିଗତ ପ୍ରମାଣପତ୍ର ଦେଇଥିବା ଅଭିଯୋଗ ଆଣିଲେ ବିଏସପି ନେତା

କମିଶନରେଟ ପୁଲିସର ତଥ୍ୟ ଅନୁସାରେ, ବିଗତ ୧୦ ବର୍ଷ ଭିତରେ ଟୁଇନସିଟିରେ ୨୭୫ ରୁ ଉର୍ଦ୍ଧ୍ବ ମୃତଦେହର ପରିଚୟ ମିଳିନାହିଁ । ପୁଲିସର ନିୟମ ମୁତାବକ ଏକ ଅଜଣା ମୃତଦେହ ମିଳିବା ପରେ ପୁଲିସ ପ୍ରଥମେ ୭୨ ଘଣ୍ଟା ଶବକୁ ହେପାଜତରେ ରଖିବେ । ଆଉ ପରେ କେହି ଦାବିଦାର ନଆସିଲେ ନିଜ ଆଡୁ ଶବ ବ୍ୟବଚ୍ଛେଦ କରେ ପୁଲିସ । କିଛିଦିନ ତଳେ ମଞ୍ଚେଶ୍ୱରରୁ ମିଳିଥିବା ମୃତଦେହର ପୋଷ୍ଟର ସାଙ୍ଗକୁ ପୋଷ୍ଟର ଲାଗିଥିବା ବେଳେ କୌଣସି ସୁଫଳ ମିଳିନାହିଁ ।

ଚିନାବାଦାମ ଚାଷୀଙ୍କୁ ଠକିଦେଲେ ସରକାର, ମିଳିଲାନି ସରକାରୀ ବିହନ, ଫାଇଦା ନେଉଛନ୍ତି ଘରୋଇ ବ୍ୟବସାୟୀ

ଅଚିହ୍ନା ମୃତଦେହର ପରିଚୟ ଖୋଜିବାରେ ଅଧିକାଂଶ ସମୟ ଫେଲ ମାରୁଛି ପୋଲିସ  । ତେଣୁ ତଦନ୍ତ ପ୍ରକ୍ରିୟାରେ ଉନ୍ନତ ଜ୍ଞାନ କୌଶଳର ଆବଶ୍ୟକତା ରହିଛି । କିନ୍ତୁ ପ୍ରଶ୍ନ ଉଠୁଛି, ଅପରାଧୀ ମାନେ ଏବେ କାହିଁକି ଚନ୍ଦକାକୁ ଭାବୁଛନ୍ତି ସୁରକ୍ଷିତ ସ୍ଥାନ ଓ ଆଉ ମାଳ ମାଳ ସିସିଟିଭି ସତ୍ୱେ କେମିତି ଆଖିରେ ଆଙ୍ଗୁଠି ଗେଞ୍ଜି ମୃତଦେହ ଫୋପାଡ଼ି ଦେଇ ଚମ୍ପଟ ମାରୁଛନ୍ତି ଅପରାଧୀ ଆଉଜଳକା ସାଜିଛି ପୁଲିସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe