କନକ ବ୍ୟୁରୋ : ଚାମ୍ପିୟନ୍ ଟ୍ରଫି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଛି ପାକିସ୍ତାନ। ବୋଲିଙ୍ଗ କରିବ ଭାରତ । ପାରମ୍ପରିକ ପ୍ରତିଦ୍ବନ୍ଦୀ ତଥା ଦୁଇ ଏସୀୟ ମହାଶକ୍ତି ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ ମ୍ୟାଚ । ଦୀର୍ଘ ୮ ବର୍ଷ ପରେ ଚାମ୍ପିଅନ୍ସ ଟ୍ରଫିରେ ମୁହାଁମୁହିଁ ହେଉଛନ୍ତି ଭାରତ ପାକିସ୍ତାନ ।
୨୦୧୭ ପରାଜୟର ପ୍ରତିଶୋଧ ନେବାକୁ ଭାରତ ଲକ୍ଷ୍ୟ ରଖିଛି । ୨୦୧୭ରେ ଶେଷଥର ପାଇଁ ଖେଳାଯାଇଥିଲା ଚାମ୍ପିଅନ୍ସ ଟ୍ରଫି। ଭାରତ ଓ ପାକିସ୍ତାନ ମଧ୍ୟରେ ଟାଇଟଲ୍ ଟକ୍କର ହୋଇଥିବା ବେଳେ ବାଜି ମାରି ନେଇଥିଲା ପାକିସ୍ତାନ। ଏଥର କିନ୍ତୁ ଭାରତର ପଲ୍ଲା ଭାରି ରହିଛି । କାରଣ ବାଂଲାଦେଶ ବିପକ୍ଷରେ ବିଜୟରୁ ଅଭିଯାନ ଆରମ୍ଭ କରିଥିବା ଭାରତ ଆଜିର ମ୍ୟାଚ ଜିତି ସେମିଫାଇନାଲ ପାଇଁ ଜାଗା ପକ୍କା କରିବାକୁ ଚେଷ୍ଟା କରିବ। ସେପଟେ ନ୍ୟୁଜିଲାଣ୍ଡଠାରୁ ପ୍ରଥମ ମ୍ୟାଚ୍ ହାରି ଚାପରେ ଅଛନ୍ତି ପାକିସ୍ତାନ ଖେଳାଳି । ପରାଜିତ ହେଲେ ସେମିଫାଇନାଲ ଦୌଡ଼ରୁ ବିଦା ହୋଇପାରେ ଦଳ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/02/23/4HjefZw8wwfdKm8h0ftz.jpg)