କନକ ବ୍ୟୁରୋ: ଚାମ୍ପିୟନ୍ସ ଟ୍ରଫିକୁ ନେଇ ଆସିଲା ବଡ ଖବର । ପାକିସ୍ତାନରୁ ସ୍ଥାନାନ୍ତର ହୋଇପାରେ ଚାମ୍ପିୟନ୍ସ ଟ୍ରଫି । ୟୁଏଇରେ ଚାମ୍ପିୟନ୍ସ ଟ୍ରଫି ଖେଳାଯିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା । ପାକିସ୍ତାନରେ ମ୍ୟାଚ ପାଇଁ ଷ୍ଟାଡିୟମ ପ୍ରସ୍ତୁତ ହୋଇନଥିବାରୁ ବଢିଲା ଆଶଙ୍କା । ଫେବୃଆରୀ ସୁଦ୍ଧା ସବୁ ଷ୍ଟାଡିୟମ ଆଇସିସିକୁ ହସ୍ତାନ୍ତର କରିବା ନେଇ ସନ୍ଦେହ । ବର୍ତ୍ତମାନ ସୁଦ୍ଧା ଷ୍ଟାଡିୟମଗୁଡିକରେ କାମ ଚାଲିଛି । ପୂର୍ବରୁ ହାଇବ୍ରିଡ ମଡେଲରେ ମ୍ୟାଚ ଖେଳାଯିବା ନେଇ ହୋଇଥିଲା ନିଷ୍ପତ୍ତି । ଭାରତ ତାର ସମସ୍ତ ମ୍ୟାଚ ୟୁଏଇରେ ଖେଳିବ । ଧାର୍ୟ୍ୟ ସମୟରେ ଷ୍ଟାଡିୟମ ପ୍ରସ୍ତୁତ ନହେଲେ ସବୁ ମ୍ୟାଚ ୟୁଏଇରେ ହେବ ।