କନକ ବ୍ୟୁରୋ : ନରମୁଛି ପାକିସ୍ତାନର ଭାଷା ,କମୁଛି ଫୁଟାଣି । ୨୦୨୫ ଚାମ୍ପିୟନ୍ସ ଟ୍ରଫି ପାକିସ୍ତାନରେ ତ ଖେଳାଯିବନି ଏକଥା ସତ ହେଲେ ପାକିସ୍ତାନ ମନକୁ ମନ ଜିଦ ଧରି ବିସିଛି ଆଉ ସ୍ବପ୍ନ ଦେଖୁଛି ଚାମ୍ପିୟନ୍ସ ଟ୍ରଫି ପାକିସ୍ତାନରେ ହେବ ବୋଲି । ଭାରତ ଖେଳିବାକୁ ପାକିସ୍ତାନ  ଯିବନି ହେଲେ ଭାରତ ହାଇବ୍ରିଡ ମଡେଲରେ ଖେଳିବାକୁ ରାଜି ଅଛି । ତେବେ ହାଇବ୍ରିଡ ମଡେଲରେ ଭାରତ ଖେଳିଲେ ପାକିସ୍ତାନର ଅସୁବିଧା କଣ ରହୁଛି ତାହା ବୁଝି ହେଉନି । ନିୟମ ଅନୁସାରେ ଆଇସିସି ଇଭେଂଟର ମ୍ୟାଚର ସୂଚୀ ମ୍ୟାଚର ୧୦୦ଦିନ ଆଗରୁ ଘୋଷଣା କରାଯାଏ ହେଲେ ବର୍ତ୍ତମାନ ସୁଦ୍ଧା ବି ଅଙ୍କ ଛିଡୁନି ମ୍ୟାଚ କେଉଁଠି ହେବ । ଜାତୀୟଗଣମାଧ୍ୟମ ରିପୋର୍ଟ ଅନୁସାରେ ଦୁଇଟି ରିପୋର୍ଟ ପ୍ରକାଶ ପାଇଛି । ପ୍ରଥମଟି ହେଉଛି ମ୍ୟାଚ ପାକିସ୍ତାନରେ ଖେଳ ନହୋଇ ଦକ୍ଷିଣ ଆଫ୍ରିକାରେ ଖେଳ ହେବ, ଦ୍ବିତୀୟଟି ହେଉଛି ବିସିସିଆଇ ଚାହୁଛି ଚାମ୍ପିୟନ୍ସ ଟ୍ରଫି ଭାରତରେ ଖେଳାଯାଉ । ପିସିବି ଜାଣିଛି ଯେ ଭାରତ ପାକିସ୍ତାନ ଆସିବନି ଆଉ ମ୍ୟାଚ ହାତରୁ ଖସି ଖସି ଯାଉଛି । ପାକିସ୍ତାନ ଗଣମାଧ୍ୟମ ଅନୁସାରେ ଏବେ ପାକିସ୍ତାନ ସୂଚୀ ପରିବର୍ତ୍ତନରେ ରାଜି ହେଇଛି ଅର୍ଥାତ ପାକିସ୍ତାନ ଚାହୁଛି ଭାରତ ଗ୍ରୁପ ଷ୍ଟେଜର ତିନୋଟି ମ୍ୟାଚରୁ  ଗୋଟିଏ ମ୍ୟାଚ ପାକିସ୍ତାନରେ ଖେଳୁ । ଅନ୍ୟପଟେ ପାକିସ୍ତାନକୁ ଲାଗିଛି ଆଉ ଗୋଟେ ବଡ ଝଟକା , ପାକ୍ ଅଧିକୃତ କାଶ୍ମୀରକୁ ଚାମ୍ପିୟନ୍ସ ଟ୍ରଫି ନିଆଯାଇପାରିବ ନାହିଁ ବୋଲି ସିଧା ସିଧା ଶୁଣେଇ ଦେଇଛି ଆଇସିସି । ଅଥାର୍ତ ଟ୍ରଫି ଟୁର ପିଓକେକୁ ଯାଇପାରିବ ନାହିଁ । ତେବେ ଇସାଲାମାବାଦରେ ଚାମ୍ପିୟନ୍ସ ଟ୍ରଫି ପହଞ୍ଚିବା ପରେ ଏହାକୁ ସାରା ଦେଶରେ ଟୁର୍ କରିବାକୁ ପାକିସ୍ତାନ କ୍ରିକେଟ୍ ବୋର୍ଡ ଲକ୍ଷ୍ୟ ରଖିଛି । ନଭେମ୍ବର ୧୬ରୁ ନଭେମ୍ବର ୨୪ ତାରିଖ ଯାଏଁ ଏହି ଟ୍ରଫି ପାକିସ୍ତାନ ଭ୍ରମଣ କରିବ । ଏହାସହ ପାକ୍ ଅଧିକୃତ କାଶ୍ମୀରକର ତିନୋଟି ସହରକୁ ମଧ୍ୟ ଟ୍ରଫି ନେବାକୁ ପ୍ଲାନ୍ ପ୍ରସ୍ତୁତ ହେଇଥିଲା । ହେଲେ ବିସିସିଆଇର ଅଭିଯୋଗ ପରେ ଏବେ ଏହାକୁ ବାତିଲ୍ କରିଛି ପାକିସ୍ତାନ୍ କ୍ରିକେଟ୍ ବୋର୍ଡ ।