କନକ ବ୍ୟୁରୋ : ଖୁବଶୀଘ୍ର ନିଯୁକ୍ତ ହେବେ ବୋର୍ଡ ଓ ନିଗମ ଅଧ୍ୟକ୍ଷ। ବିଜେପି ସଦସ୍ୟତା ଅଭିଯାନ ସରିବା ପରେ ଦିଆଯିବ ନିଯୁକ୍ତି। ଯୋଗ୍ୟ ତଥା ବିଭିନ୍ନ କ୍ଷେତ୍ରରେ ଅଭିଜ୍ଞତା ଥିବା ଲୋକଙ୍କୁ ଗୁରୁତ୍ଵ ଦିଆଯିବ। ଏନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି। ମନମୋହନ କହିଛନ୍ତି ତାଙ୍କ ସରକାରକୁ ଏବେ ୧୦୦ ଦିନ ପୂରିଛି । ଏ ସମୟ ଭିତରେ ଶପଥ ଗ୍ରହଣ ଦିନ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା, ତାହା ପୂରଣ କରାଯାଇଛି । ଏବେ ସଦସ୍ୟତା ଅଭିଯାନ ଶେଷ ପର୍ୟ୍ୟାୟରେ ଅଛି । ଏହା ସରିବା ପରେ ପରେ ନିଗମ ଓ ବୋର୍ଡ ଚଳାଇବାକୁ ଉପଯୁକ୍ତ ବ୍ୟକ୍ତିଙ୍କୁ ଦାୟିତ୍ଵ ଦିଆଯିବ ବୋଲି ସେ କହିଛନ୍ତି । ଏଥିପାଇଁ ଦଳୀୟ ସ୍ତରରେ ଓ ମନ୍ତ୍ରୀ ସ୍ତରରେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ । ବୋର୍ଡ ଓ ନିଗମ ଦାୟିତ୍ୱରେ ଅଭିଜ୍ଞ ତଥା ପ୍ରମୁଖ ବ୍ୟକ୍ତିବିଶେଷ, ଟେକ୍ନିକାଲ ବ୍ୟକ୍ତି, ବୈଜ୍ଞାନିକ, ଏକ୍ସ-ସର୍ଭିସମ୍ୟାନଙ୍କୁ ସାମିଲ କରିବାକୁ ଯୋଜନା କରାଯାଇଛି । ଯୋଗଣ ମନ୍ତ୍ରୀ କୃଷ୍ଣ ପାତ୍ର ମଧ୍ୟ ଏହା ଉପରେ ଅଧିକ ସୂଚନା ଦେଇଛନ୍ତି।
ଖୁବଶୀଘ୍ର ନିୟୋଜିତ ହେବେ ବିଭିନ୍ନ ବୋର୍ଡ ଓ ନିଗମ ଅଧ୍ୟକ୍ଷ । ଯୋଗ୍ୟ ଓ ଅଭିଜ୍ଞ ସମ୍ପର୍ଣ୍ଣ ବ୍ୟକ୍ତି ସୁଯୋଗ ଦିଆଯିବା ନେଇ ମନମୋହନ ସାମଲଙ୍କ ସୂଚନା
Advertisment
Follow Us