କନକ ବ୍ୟୁରୋ: କମିଶନରେଟ ପୋଲିସ ପଞ୍ଝାରେ ଚେନ୍‌ ଲୁଟେରା ଗ୍ୟାଙ୍ଗ । ୪ ଜଣ ଲୁଟେରାଙ୍କୁ କାବୁ କରିଛି ସ୍ପେଶାଲ ସ୍କ୍ବାଡ୍‌ । ସୁରତରୁ ଆସି ଓଡ଼ିଶାରେ ଲୁଟ୍‌ପାତ କରୁଥିଲେ । ସ୍ପିଡ୍‌ ବାଇକ୍‌ରେ ଆସୁଥିଲେ ଏବଂ ଚେନ ଝାମ୍ପି ନେଉଥିଲେ । ଏମାନଙ୍କ ଟାର୍ଗେଟରେ ଥିଲେ ଯୁବତୀ ଓ ମହିଳା । ଚେନ୍‌ ଲୁଟ୍‌ ପରେ ଧରା ନପଡ଼ିବା ପାଇଁ ଏହାକୁ ବିକ୍ରି ନକରି ବନ୍ଧା ପକାଇ ଟଙ୍କା ଆଣୁଥିଲେ । ଗିରଫ ଅଭିଯୁକ୍ତଙ୍କ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବା ବେଳେ ଏମାନଙ୍କଠାରୁ ୮ଟି ସୁନା ଚେନ୍‌ ଜବତ କରିଛି ପୋଲିସ ।