କନକ ବ୍ୟୁରୋ : ପାର୍ବଣରେ ସକ୍ରିୟ ସୁନା ଚେନ୍ ଲୁଟେରା । ଥାନା ନିକଟରେ ବି ସୁରକ୍ଷିତ ନୁହଁନ୍ତି ମହିଳା । ଗୁରୁବାର ଖାରବେଳ ନଗର ଥାନାଠାରୁ ମାତ୍ର ୫୦୦ ମିଟର ଦୂରରେ ଜଣେ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଇଛନ୍ତି ଦୁର୍ବୃତ୍ତ । ଦୁଇ ଜଣ ଦୁର୍ବୃତ୍ତ ବାଇକ୍ରେ ଆସି ମହିଳାଙ୍କ ବେକରୁ ଚେନ୍ ଝାମ୍ପି ନେଇଥିବା ଥାନାରେ ଅଭିଯୋଗ ହୋଇଛି ।
ମହିଳା ଜଣକ ପୂଜା ପାଇଁ କପଡ଼ା କିଣିବାକୁ ଆସିଥିବା ବେଳେ ଚେନ ଛିନ୍ତାଇର ଶିକାର ହୋଇଛନ୍ତି । ଥାନାରେ ଏତଲା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ସେପଟେ ଆଜି ଅପରାହ୍ନରେ ମଧ୍ୟ ଅନ୍ୟ ଜଣେ ମହିଳାଙ୍କଠାରୁ ସମାନ ଢଙ୍ଗରେ ଟଙ୍କା ଲୁଟି ନେଇଥିଲେ ଦୁର୍ବୃତ୍ତ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/aSVB9nEquUCVazMHam8T.jpg)