କନକ ବ୍ୟୁରୋ: ବାଲେଶ୍ବର ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ବାବା ଚନ୍ଦନେଶ୍ବରଙ୍କ ଚଡ଼କ ପର୍ବ ଆରମ୍ଭ ହୋଇଛି । କୌଳିକ ରିତିନୀତି ଅନୁଯାୟୀ ଧ୍ବଜ ବାଉଁଶ ବା ପଡ଼ା ବାଉଁଶ ଛେଦନ କରାଯାଇ ଏହି ପର୍ବର ଶୁଭାରମ୍ଭ ହୋଇଛି। ଏଥିପାଇଁ ବାବା ଚନ୍ଦନେଶ୍ୱରଙ୍କ ମନ୍ଦିରରୁ ଏକ ଆଜ୍ଞାମାଳ ନେଇ ବାଦ୍ୟଯନ୍ତ୍ର ବଜାଇ ବିରାଟ ପଟୁଆରରେ ଏକ ଶୋଭାଯାତ୍ରା ବାହାରିଥିଲା । ନିକଟସ୍ଥ ଏକ ସ୍ଥାନକୁ ଯାଇ ସେଠାରେ ମନ୍ତ୍ର ପାଠ କରାଯାଇ ବାଉଁଶ କଟା ହୋଇଥିଲା । ସେହି କଟା ହୋଇଥିବା ବାଉଁଶକୁ ଶ୍ରଦ୍ଧାଳୁ ମାନେ ଅତି ଶ୍ରଦ୍ଧାର ସହ ପୁଣି ବିରାଟ ଶୋଭାଯାତ୍ରାରେ ମନ୍ଦିର ପରିସରକୁ ଆଣିଥିଲେ । ଏହି କଟା ବାଉଁଶକୁ ସ୍ପର୍ଶ କରିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁ ସମାଗମ ହୋଇଥିଲା । ପରମ୍ପରା ଅନୁଯାୟୀ ଚଡକ ପର୍ବ ଆରମ୍ଭରୁ ୧୩ ଜଣ ପାଟଭକ୍ତ ପଇତା ଧାରଣ କରିଛନ୍ତି । ଏହା ପରେ ଅନ୍ୟ ଭକ୍ତମାନେ ଉପବିତ ଧାରଣ କରିବେ । ୧୩ ଦିନ ଧରି ଚାଲିବ ଏହି ପର୍ବ । ଓଡିଶା ସମେତ ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ ଓ ଛତିଶଗଡର ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଜମିଥାଏ । ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି ।
ଆରମ୍ଭ ହେଲା ପ୍ରସିଦ୍ଧ ଚଡକ ପର୍ବ ; ବାଲେଶ୍ବର ଚନ୍ଦନେଶ୍ବର ମହାଦେବଙ୍କ ପୀଠରେ ପ୍ରବଳ ଭିଡ
ବାଲେଶ୍ବର ଚନ୍ଦନେଶ୍ବରଙ୍କ ପୀଠରେ ଆରମ୍ଭହେଲା ଚଡ଼କ ପର୍ବ । ଧ୍ବଜ ବାଉଁଶ ଛେଦନ ସହ ଆରମ୍ଭ ହୋଇଛି ଚଡ଼କ ଯାତ୍ରା ।୧୩ ଦିନ ଧରି ଚାଲିବ ପର୍ବ ।
/kanak/media/media_files/2025/04/01/ZSw3iITxTVRJA4tWrSfB.jpg)