କନକବ୍ୟୁରୋ : ବଡ ଭାଇକୁ ହତ୍ୟା କଲା ସାନ ଭାଇ। ଅଭିଯୋଗ କଲେ ମୃତକଙ୍କ ପୁଅ। ସୁବର୍ଣ୍ଣପୁର ଜିଲ୍ଲା ଲଛିପୁର ଲୁପୂରସିଂହା ଇନ୍ଦିରାପଲ୍ଲି ଗାଁରେ ଜଘନ୍ୟ ହତ୍ୟାକାଣ୍ଡ। ପଥରରେ ଛେଚି ଗାଁର ଦାସ ମଲ୍ଲିକଙ୍କୁ ତାଙ୍କ ଭାଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୂର୍ବରୁ ସବୁବେଳେ ଘରେ ଦୁଇଭାଇଙ୍କ ମଧ୍ୟରେ ବିବାଦ ଲାଗିରହିଥିଲା। ଲଞ୍ଚିପୁର ଥାନାରେ ପାରିବାରିକ କଳହରୁ ବଡ଼ ଭାଇକୁ ସାନ ଭାଇ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପୁଅ। ଘଟଣାସ୍ଥଳରେ ପୁଲିସ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି ।

Advertisment

ପୁଣି ଭଦ୍ରକ ଚାନ୍ଦବାଲିରେ ଲଜ୍ଜା: ଘରେ ପଶି ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ

ସେପଟେ ପୁରୀ ଗଡ଼ିଶାଗଦା ଥାନା ଗୋପୀନାଥପୁରରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସିରିଜ ବୋମା ମାଡ଼। ଦୁଇ ଜଣ ସାମାନ୍ୟ ଆହତ। ଘଟଣାସ୍ଥଳରେ ପହଁଚି ଛାନଭିନ୍ ଚଳାଇବା ସହ ଜଣକୁ ଅଟକ ରଖି ପଚରାଉଚରା କରୁଛି ପୁଲିସ୍। ଜମି ଜମା ବିବାଦକୁ କେନ୍ଦ୍ର କରି ବୋମା ମାଡ଼ କରାଯାଇଥିବା ସନ୍ଦେହ କରାଯାଉଛି।