କନକ ବ୍ୟୁରୋ: ଶ୍ରମିକଙ୍କୁ କେନ୍ଦ୍ର ସରକାରଙ୍କ ପୂଜାଭେଟି । ବଢିଲା ଅଣସଂଗଠିତ ଶ୍ରମିକଙ୍କ ଦୈନିକ ମଜୁରୀ । ଏହି ବର୍ଦ୍ଧିତ ମଜୁରୀ ଅକ୍ଟୋବର ୧ରୁ ଲାଗୁ ହେବ । କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ଅଣସଂଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକଙ୍କ ଜୀବନ ଧାରଣ ମାନ ବୃଦ୍ଧିରେ ସହାୟକ ହେବ । ନିର୍ମାଣ କାମ, ପରିବହନରେ ନିୟୋଜିତ ହେଉଥିବା ଶ୍ରମିକ, ପରିମଳ ବିଭାଗ, ଖଣି ଓ କୃଷିକ୍ଷେତ୍ରରେ କାମ କରୁଥିବା ଶ୍ରମିକଙ୍କ ପାଇଁ ଲାଗୁ ହେବ ଏହି ନୂଆ ନିୟମ । କୁଶଳି, ଅଣକୁଶଳୀ, ଅର୍ଦ୍ଧକୁଶଳୀ ଓ ଅତିକୁଶଳୀ ଶ୍ରମିକଙ୍କୁ ମିଳିବ ଏହି ବର୍ଦ୍ଧିତ ମଜୁରୀ । ଅଣକୁଶଳୀ ଶ୍ରମିକଙ୍କ ମଜୁରୀ ବଢ଼ି ଦିନକୁ ୭୮୩ ଟଙ୍କା ହୋଇଥିବା ବେଳେ ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ମଜୁରୀ ଦିନକୁ ୮୬୮ଟଙ୍କା । କୁଶଳୀ ଶ୍ରମିକଙ୍କ ମଜୁରୀ ଦିନକୁ ୯୫୪ଟଙ୍କା ମିଳିବାକୁ ଥିବା ବେଳେ ଅତିକୁଶଳୀ ଶ୍ରମିକଙ୍କ ମଜୁରୀ ୧୦୩୫ ଟଙ୍କାକୁ ବୃଦ୍ଧି ପାଇଛି ।
ଶ୍ରମିକଙ୍କୁ କେନ୍ଦ୍ର ସରକାରଙ୍କ ପୂଜା ଭେଟି । ଅକ୍ଟୋବର ପହିଲାରୁ ଅଧିକ ମଜୁରୀ ।
ବଢିଲା ମଜୁରୀ । ୧ ଅକ୍ଟୋବରରୁ ଅଣସଙ୍ଗଠିତ ଶ୍ରମିକଙ୍କ ପାଇଁ ଲାଗୁ ହେବ ନୂଆ ମଜୁରୀ । ଉପକୃତ ହେବେ କୁଶଳୀ, ଅଣକୁଶଳୀ, ଅର୍ଦ୍ଧକୁଶଳୀ ଶ୍ରମିକ । ଅଣକୁଶଳୀ ଶ୍ରମିକଙ୍କ ମଜୁରୀ ବଢ଼ି ଦିନକୁ ୭୮୩ ଟଙ୍କା ହୋଇଥିବା ବେଳେ ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ମଜୁରୀ ଦିନକୁ ୮୬୮ଟଙ୍କା ।