R.S Gopalan Photograph: (kanak news)
କନକ ବ୍ୟୁରୋ : ବିଜୁ ଜନତା ଦଳର EVM ସମ୍ପର୍କିତ ଅଭିଯୋଗକୁ ସିଇଓଙ୍କ ଖଣ୍ଡନ । ସାମ୍ବାଦିକ ସମ୍ମିଳନୀ କରି ଜବାବ ରଖିଲେ ମୁଖ୍ୟ ନିର୍ବାଚନ ଅଧିକାରୀ ଆରଏସ୍ ଗୋପାଳନ । କହିଲେ , ଗତକାଲି ଏକ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା କି ଗଞ୍ଜାମ ଜିଲ୍ଲାରୁ ଏକ ଟ୍ରକ ଭର୍ତ୍ତି EVM ଆସିଛି । ଆଉ ତାକୁ ଲୁଚାଇ ନୂଆପଡ଼ା ଜିଲ୍ଲାପାଳ ରଖିଛନ୍ତି ଭୋଟ ସରିବା ପରେ କାଢିବେ । କିନ୍ତୁ ଏଥିରେ କୌଣସି ସତ୍ୟାସତ୍ୟ ନୁହେଁ , ତାହା କେବେ ବି ସମ୍ଭବ ନୁହେଁ । କାହିଁକି ନା ୩୦ଜିଲ୍ଲାରେ ଆମର EVM ପାଇଁ ୱାର ରୁମ୍ ରହିଛି । ପୁଲିସ ସୁରକ୍ଷାରେ ରହିଛି । ଗଞ୍ଜାମ ଜିଲ୍ଲାରେ ଦୁଇଟି ୱାର ହୱାସ ରହିଛି । ଆସନ୍ତା କାଲି ନୂଆପଡ଼ା ଉପ ନିର୍ବାଚନ ହେବାକୁ ଯାଉଛି ।
ଆହୁରି ପଢ଼ନ୍ତୁ : ବିବାହ ପୂର୍ବରୁ କରନ୍ତୁନାହିଁ ଏହି ଭୁଲ
ସାମ୍ନାକୁ ଆସିଥିବା ଗୁରୁତ୍ତ୍ୱପୂର୍ଣ ଅଭିଯୋଗକୁ ଖଣ୍ଡନ କଲେ CEO । କହିଲେ ଯେ ନୂଆପଡ଼ା ଉପ ନିର୍ବାଚନରେ କୌଣସି ଜିଲ୍ଲାର EVM ବ୍ୟବହାର ହେବାର ନାହିଁ , କୌଣସି ଜିଲ୍ଲାରୁ ଆସିନାହିଁ । ମୁଁ ନିଜେ କାଲି ଗଞ୍ଜାମର ୱାର ରୁମକୁ ଅନୁଧ୍ୟାନ କରିଛି । EVM ବିରୋଧରେ ଯେତିକି ଅଭିଯୋଗ ଆସିଛି ତାହା କେବେ ବି ପ୍ରମାଣିତ ହୋଇନାହିଁ । ନୂଆପଡ଼ା ଜିଲ୍ଲାପାଳଙ୍କ ବିରୋଧରେ ଯେଉଁ ଅଭିଯୋଗ ଆସିଛି ତାହା ଭିତ୍ତିହୀନ । ନୂଆପଡ଼ା ଓ ଓଡ଼ିଶାବାସୀ ମାନଙ୍କୁ ମୋର ଅନୁରୋଧ ଏମିତି ମିଥ୍ୟାକୁ ବିଶ୍ୱାସ କରନ୍ତୁ ନାହିଁ । ଗତକାଲି ସନ୍ଧ୍ୟା ସୁଦ୍ଧା ନୂଆପଡ଼ାକୁ କୌଣସି EVM ଆସିନାହିଁ । ବିଜୁ ଜନତା ଦଳ ପକ୍ଷରୁ ଏମିତି ଏକ ଅଭିଯୋଗ କରାଯାଇଥିଲା । ମୁଁ ସେହି ଦଳକୁ ତଥ୍ୟ ଦେବାକୁ କହିଛି କିନ୍ତୁ ବର୍ତ୍ତମାନ ସୁଦ୍ଧା ତଥ୍ୟ ପ୍ରମାଣ ପ୍ରଦାନ କରିନାହାନ୍ତି । ପଇସା ବଣ୍ଟନର ଭିଡିଓକୁ ମୁଁ ନିଜେ ଅନୁଧ୍ୟାନ କରିଛି ତାହା ଜିଲ୍ଲା ବାହାରର ବାହାରୁଛି ଆଉ କିଛି ୯ତାରିଖ ପୂର୍ବର ଭିଡିଓ ବୋଲି ଜଣା ପଡିଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ପଇସା ବଣ୍ଟନର ଖବର ନାହିଁ ।
Follow Us