କନକ ବ୍ୟୁରୋ : ଦୀପାବଳି ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର କୃଷକମାନଙ୍କୁ ବଡ଼ ଉପହାର ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନା ଏବଂ ଡାଲି ପାଇଁ ଆତ୍ମନିର୍ଭରତା ମିସନ ଆରମ୍ଭ କରିଛନ୍ତି ମୋଦୀ । ଦେଶର ଚାଷୀଙ୍କ ପାଇଁ ୪୨ ହଜାର କୋଟି ଟଙ୍କାର ନୂଆ ଯୋଜନାର ଶୁଭାରମ୍ଭ ଓ ଶିଳାନ୍ୟାସ କରାଯାଇଛି । ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନାର ଆକାର ରହିଛି ୨୪ ହଜାର କୋଟି । ଯାହା ଚାଷୀଙ୍କୁ ସିଧାସଳଖ ଲାଭ ଦେବ । ଏହି ଅବସରରେ କୃଷକମାନଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଛନ୍ତି ।  କୃଷକ କଲ୍ୟାଣ, କୃଷିକ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଓ ଗ୍ରାମାଞ୍ଚଳ ଭିତ୍ତିଭୂମି ବିକାଶ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ବ ଦେଇଥିଲେ । ଏହି ଅବସରରେ ମୋଦୀ କୃଷି, ପଶୁପାଳନ, ମତ୍ସ୍ୟ, ଖାଦ୍ୟ ପ୍ରକ୍ରିୟାକରଣ ଆଦି ପ୍ରକଳ୍ପ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ । ଏହିସବୁ ପ୍ରକଳ୍ପ ୫ ହଜାର ୪୫୦ କୋଟି ଟଙ୍କାରେ ଆରମ୍ଭ ହୋଇଛି । ଏହା ବ୍ୟତୀତ ୮୧୫ କୋଟି ଟଙ୍କା ଅନ୍ୟ କୃଷି ସମ୍ପର୍କିତ ପ୍ରକଳ୍ପ ପାଇଁ ଶୁଭ ଦିଆଯାଇଛି । 

Advertisment

ଦୀପାବଳି ପୂର୍ବରୁ ଚାଷୀଙ୍କୁ ମୋଦୀଙ୍କ ଉପହାର
ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନା ଆରମ୍ଭ 
ଡାଲି ପାଇଁ ଆତ୍ମନିର୍ଭରତା ମିସନ ଆରମ୍ଭ କଲେ ମୋଦୀ 
୪୨ ହଜାର କୋଟି ଟଙ୍କାର ନୂଆ ଯୋଜନାର ଶୁଭାରମ୍ଭ 
ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନାର ଆକାର ୨୪ ହଜାର କୋଟି
କୃଷକମାନଙ୍କ ସହିତ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଲୋଚନା
କୃଷକ କଲ୍ୟାଣ, କୃଷିରେ ଆତ୍ମନିର୍ଭରତା ଉପରେ ଗୁରୁତ୍ବ