କନକ ବ୍ୟୁରୋ: କୋଲକାତା ଘଟଣାକୁ ନେଇ କେନ୍ଦ୍ର ଓ ପଶ୍ଚିମବଙ୍ଗ ସରକାର ମଧ୍ୟରେ ମୁହାଁମୁହିଁ ସ୍ଥିତି । ଡାକ୍ତରଙ୍କ ଦୁର୍ଷ୍କମ ଓ ହତ୍ୟା ମାମଲାରେ ଚିଠି ଲେଖୁଛନ୍ତି ଆଉ ତାଙ୍କୁ ଉତ୍ତର ମିଳୁନଥିବା ମମତା ବାନାର୍ଜୀ ଅଭିଯୋଗ କରିବା ପରେ ଏନେଇ ଏବେ ଜବାବ ରଖିଛନ୍ତି କେନ୍ଦ୍ର ସରକାର ।କହିବାକୁ ଗଲେ ଚିଠି ରାଜନୀତିକୁ ନେଇ ପୁଣି ଥରେ ଉଷ୍ମତା

  • ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଅଭିଯୋଗ
  • ସମ୍ବେଦନଶୀଳ ପ୍ରସଙ୍ଗରେ ଜବାବ ରଖୁନି କେନ୍ଦ୍ର
  • ବିଜେପିର ଜବାବ, ନିଜ ଭୁଲକୁ ଲୁଚାଉଛନ୍ତି ମମତା


କଲୋକାତା ଦୁର୍ଷ୍କମ ଓ ହତ୍ୟା ମାମଲାରେ ଚିଠି ଲେଖଛି କିନ୍ତୁ ଜବାବ ଦେଉନାହାଁନ୍ତି କେନ୍ଦ୍ର ସରକାର । ସମ୍ବେଦନଶୀଳ ପ୍ରସଙ୍ଗରେ ଜବାବ  ନଦେବା କ’ଣ ଠିକ?ଏଭଳି କିଛି ଅଭିଯୋଗ ଶୁକ୍ରବାର କରିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।ଆଉ ଏବେ ଏହାର ଜବାବ ରଖିଛନ୍ତି କେନ୍ଦ୍ର ସରକାରଙ୍କ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ 

ମମତାଙ୍କ ଚିଠିରେ ବିଜେପିର ଉତ୍ତର
-ରାଜ୍ୟସରକାର ମହିଳା ବିରୋଧୀ ହିଂସାର ବିଚାର ପାଇଁ କେନ୍ଦ୍ରୀୟ ଯୋଜନା ଅନୁଯାୟୀ କୌଣସ ଫାଷ୍ଟଟ୍ରାକ୍ କୋର୍ଟ ସ୍ଥାପନ କରିନାହାଁନ୍ତି
-ପଶ୍ଚିମବଙ୍ଗରେ ୧୨୩ଟି ଫାଷ୍ଟଟ୍ରାକ କୋର୍ଟ ସ୍ଥାପନ ଲାଗି କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଥିବାବେଳେ ମାତ୍ର ୬ଟି ପାଷ୍ଟଟ୍ରାକ୍ କୋର୍ଟ ସ୍ଥାପନ 
-୨୦୧୯ରୁ କେନ୍ଦ୍ର ସରକାର କାର୍ୟ୍ୟକାରୀ କରିଥିବା ଫାଷ୍ଟଟ୍ରାକ କୋର୍ଟ ସ୍ଥାପନ ଯୋଜନାରେ ମାମିଲ ହେବା ଲାଗି ୨୦୨୩ରେ ପଶ୍ଚିମବଙ୍ଗ ସରକାର ସମ୍ମତି ପ୍ରକାଶ 
-ପ୍ରଥମ ପର୍ୟ୍ୟାୟରେ ୧୭ଟି ଫାଷ୍ଟଟ୍ରାକ୍ କୋର୍ଟ ସ୍ଥାପନ ଲାଗି ରାଜ୍ୟ ସରକାରଙ୍କୁ ଟାର୍ଗେଟ 
-ମାତ୍ର ରାଜ୍ୟ ସରକାର ଏବେ ମାତ୍ର ୬ଟି ଫାଷ୍ଟଟ୍ରାକ୍ କୋର୍ଟ ସ୍ଥାପନ 
-ପଶ୍ଚିମବଙ୍ଗରେ ଏବେ ୪୮,୬୦୦ଟି ବଳାତ୍କାର ମାମଲା ବିଚାରାଧୀନ
-ରାଜ୍ୟରେ ଦୁଷ୍କର୍ମ ଓ ପୋକ୍ସୋ ସମ୍ବନ୍ଧିତ ୪୮.୬୦୦ ମାମଲା ପଡିରହିଛି ତଥା ପି ଏହାର ଫଇସଲା ହୋଇପାରୁନି 
-ଫାଷ୍ଟଟ୍ରାକ  ସ୍ପେଶାଲ କୋର୍ଟ କାର୍ୟ୍ୟକାରୀରେ ବିଳମ୍ବକୁ ଲୁଚାଉଛନ୍ତି ମମତା ସରକାର

ସେପଟେ ପୁଣି ଥରେ କୋଲକାତା ଘଟଣାକୁ ନେଇ ଉଦବେଗ ପ୍ରକାଶ  କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ମହିଳାଙ୍କ ସୁରକ୍ଷା ଅଧିକ ମଜବୁତ ସହ ସୁନିଶ୍ଚିତ କରିବା ଦିଗରେ କାମ କରିବା ଉଚିତ। ମହିଳାଙ୍କ ପ୍ରତି ବଢ଼ୁଥିବା ଅତ୍ୟାଚାର ସମାଜ ପାଇଁ ବଡ ବିପଦ ଓ ଗମ୍ଭୀର ଚିନ୍ତାଜନକ ବିଷୟ । ସୁରକ୍ଷା ପାଇଁ ଥିବା ଆଇନକୁ ଅଧିକ ମଜଭୁତ କରିବା ଜରୁରୀ ଓ ତଦନ୍ତ ଏବଂ ନ୍ୟାୟ ପ୍ରକିୟାକୁ ଅଧିକ ତ୍ବରାନିତ୍ବ କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି  ।

ଅଭୟାଙ୍କୁ ନ୍ୟାୟ ଦେବା ପାଇଁ ଫେଡେରେସନ ଅଫ ଅଲ ଇଣ୍ଡିଆ ମେଡିକାଲ ଆସୋସିଏସନ ଆଜି ଦିଲ୍ଲୀ ଜନ୍ତରମନ୍ତରରେ ଧାରଣାରେ ବସିଛି ।ଶାନ୍ତିପୂର୍ଣ୍ଣ ପ୍ରତିବାଦରେ ଶହ ଶହ ଜୁନିୟର ଡାକ୍ତର ସାମିଲ ହୋଇଛନ୍ତି । ସେପଟେ ମାମଲାକୁ ବିଭିନ୍ନ ଦିଗରେ ତଦନ୍ତ କରୁଛି ସିବିଆଇ । ତେବେ ତଦନ୍ତକାରୀ ସଂସ୍ଥା କିଛି ଜରୁରୀ ପ୍ରଶ୍ନ ପଛର କାରଣ ଖୋଜୁଛି । ଡାକ୍ତରଙ୍କ ସହ ଘଟିଥିବା ଅଘଟଣର ୪୦ ମିନିଟ ପରେ କାହିଁକି ପୁଲିସ ଦିଆଗଲା ସୂଚନା ? ପୁଲିସ ପହଁଚିବା ଭିତରେ କ’ଣ ପ୍ରମାଣକୁ ନଷ୍ଟ କରିବାକୁ ଚେଷ୍ଟା କରାଯାଇଥିଲା କି ? ଅଗଷ୍ଟ ୯ରେ ଘଟିଥିବା ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ସ୍ତବ୍ଦ ପୂରା ଦେଶ ଆଉ ସେପଟେ ଉଠୁଛି ପଡୁଛି ପଶ୍ଚିମବଙ୍ଗ ।