ଚାଲିବନି ପାକିସ୍ତାନର ମିଛ ପ୍ରଚାର; ୧୬ ୟୁଟ୍ୟୁବ୍ ଚ୍ୟାନେଲ ଉପରେ ଭାରତର ପ୍ରହାର

Advertisment

ପହଲଗାମ୍ ଆକ୍ରମଣ ପରେ  ପାକିସ୍ତାନ ଉପରେ ଡିଜିଟାଲ ଷ୍ଟ୍ରାଇକ କରିଛି ଭାରତ । ପ୍ରମୁଖ ନ୍ୟୁଜର ୟୁଟ୍ୟୁବ୍ ପେଜ ସହ ୧୬ଟି ପାକ୍ ୟୁଟ୍ୟୁବ ଚ୍ୟାନେଲ ଉପରେ ବ୍ୟାନ୍ ଲଗାଇଛି ଭାରତ । ଏହି ଚ୍ୟାନେଲଗୁଡିକ ଭାରତ ବିରୋଧରେ ଭ୍ରମାତ୍ମକ ଖବର ପ୍ରସାରଣ କରୁଥିବା ଅଭିଯୋଗ ହୋଇଛି ।

ପହଲଗାମ୍ ଆକ୍ରମଣ ପରେ  ପାକିସ୍ତାନ ଉପରେ ଡିଜିଟାଲ ଷ୍ଟ୍ରାଇକ କରିଛି ଭାରତ । ପ୍ରମୁଖ ନ୍ୟୁଜର ୟୁଟ୍ୟୁବ୍ ପେଜ ସହ ୧୬ଟି ପାକ୍ ୟୁଟ୍ୟୁବ ଚ୍ୟାନେଲ ଉପରେ ବ୍ୟାନ୍ ଲଗାଇଛି ଭାରତ । ଏହି ଚ୍ୟାନେଲଗୁଡିକ ଭାରତ ବିରୋଧରେ ଭ୍ରମାତ୍ମକ ଖବର ପ୍ରସାରଣ କରୁଥିବା ଅଭିଯୋଗ ହୋଇଛି ।

ଚାଲିବନି ପାକିସ୍ତାନର ମିଛ ପ୍ରଚାର

ଚାଲିବନି ପାକିସ୍ତାନର ମିଛ ପ୍ରଚାର Photograph: (KanakNews )

କନକ ବ୍ୟୁରୋ: ପହଲଗାମ୍ ଆକ୍ରମଣ ପରେ  ପାକିସ୍ତାନ ଉପରେ ଡିଜିଟାଲ ଷ୍ଟ୍ରାଇକ କରିଛି ଭାରତ । ପ୍ରମୁଖ ନ୍ୟୁଜର ୟୁଟ୍ୟୁବ୍ ପେଜ ସହ ୧୬ଟି ପାକ୍ ୟୁଟ୍ୟୁବ ଚ୍ୟାନେଲ ଉପରେ ବ୍ୟାନ୍ ଲଗାଇଛି ଭାରତ । ଏହି ଚ୍ୟାନେଲଗୁଡିକ ଭାରତ ବିରୋଧରେ ଭ୍ରମାତ୍ମକ ଖବର ପ୍ରସାରଣ କରୁଥିବା ଅଭିଯୋଗ ହୋଇଛି । ସେହିଭଳି ବିଦେଶୀ ଗଣମାଧ୍ୟମ ସଂସ୍ଥା ବିବିସିକୁ କେନ୍ଦ୍ର ସରକାର ଚେତାବନୀ ଦେଇଛନ୍ତି, ପହଲଗାମ ଆତଙ୍କବାଦୀ ଆକ୍ରମଣ ଉପରେ ଖବର ପ୍ରସାରଣ ନେଇ ନୋଟିସ ଜାରି ହୋଇଛି । 

  • ଚାଲିବନି ପାକିସ୍ତାନର ମିଛ ପ୍ରଚାର
  • ୧୬ ୟୁ-ଟ୍ୟୁବ୍ ଚ୍ୟାନେଲ ଉପରେ ଭାରତର ପ୍ରହାର

ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ବିରୋଧରେ ଭାରତ କଡା ଆକ୍ସନ ନେବା ଆରମ୍ଭ କରିଛି। ପାକିସ୍ତାନର  କିଛି ବଡ଼ ୟୁଟ୍ୟୁବ ଚ୍ୟାନେଲ୍ ସମେତ ୧୬ଟି ୟୁଟ୍ୟୁବ୍ ଚ୍ୟାନେଲ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ମୋଦୀ ସରକାର । ଡନ ନ୍ୟୁଜ, ସମା ଟିଭି, ଜିଓ ନ୍ୟୁଜର ୟୁଟ୍ୟୁବ୍ ପେଜ ସହ ୧୬ଟି ପାକିସ୍ତାନୀ ୟୁଟ୍ୟୁବ ଚ୍ୟାନେଲ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଭାରତ, ଏହାର ସେନା ଓ ସୁରକ୍ଷା ଏଜେନ୍ସିଙ୍କ ବିରୋଧରେ ମିଛ, ଭ୍ରମାତ୍ମକ ଓ ଭୁଲ ସୂଚନା ପ୍ରସାରଣ କରୁଥିବାରୁ ପାକିସ୍ତାନ ଉପରେ ଏଭଳି ଡିଜିଟାଲ ଷ୍ଟ୍ରାଇକ କରିଛି ଭାରତ । ଗୃହ ମନ୍ତ୍ରାଳୟର ସୁପାରିଶ ପରେ ଏଭଳି ପଦକ୍ଷେପ ନିଆଯାଇଛି । ଏସବୁ ଚ୍ୟାନେଲରେ ପହଲଗାମ୍ ଉପରେ ମିଥ୍ୟା ଖବର ପରିବେଷଣ କରୁଥିବା ଅଭିଯୋଗ ଥିଲା । ସୋଏବ ଅଖତର, ଆରଜୁ କାଜମୀ ଭଳି ବ୍ୟକ୍ତିଙ୍କ ୟୁଟ୍ୟୁବ ଚ୍ୟାନେଲ ଉପରେ ବି ପ୍ରତିବନ୍ଧକ ଲଗାଯାଇଛି । 

  • ବିବିସିକୁ ଭାରତର ଚେତବନୀ
  • ଖବର ପ୍ରସାରଣ ଉପରେ ଆପତ୍ତି

ବିଦେଶୀ ଗଣମାଧ୍ୟମ ବିବିସି ରିପୋର୍ଟ ଉପରେ ଆପତ୍ତି ଉଠାଇଛନ୍ତି ଭାରତ ସରକାର । ବିଶେଷକରି ପହଲଗାମ ସମ୍ପର୍କିତ ଖବର ପ୍ରସାରଣକୁ ନେଇ ଭାରତ କଡା ଚେତାବନୀ ଦେଇଛି । ସରକାରଙ୍କ ପକ୍ଷରୁ କୁହାଯାଇଛି,  ବିବିସିର କିଛି ରିପୋର୍ଟିଂ ଏକପାଖିଆ  ଓ ତଥ୍ୟଗତ ଭାବେ ଭୁଲ ଥିଲା । ଏହା ଦେଶର ସମ୍ମାନ ଓ ସମ୍ପର୍କକୁ କ୍ଷତି ପହଞ୍ଚାଇଛି । ଏ ସମ୍ପର୍କରେ ବିବିସି କର୍ତ୍ତୃପକ୍ଷଙ୍କୁ  ସ୍ପଷ୍ଟୀକରଣ ଦେବାକୁ କୁହାଯାଇଛି ।  ବିଦେଶ ମନ୍ତ୍ରାଳୟ କହିଛି, ବିବିସିର ରିପୋର୍ଟିଂ, ନୀତି ଓ ନିୟମ ଅନୁସାରେ ହେବା ଉଚିତ । ଭାରତର ଅଖଣ୍ଡତା ଓ ସାର୍ବଭୈମତ୍ବକୁ ସମ୍ମାନ ଦିଆଯିବା ଆବଶ୍ୟକ । ଏବେ ବିବିସିର ଭବିଷ୍ୟତ ରିପୋର୍ଟିଂ ଉପରେ କଡା ନଜର ରଖାଯିବ ବୋଲି କେନ୍ଦ୍ର ସରକାର କହିଛନ୍ତି । 

ବିବିସି ଉପରେ କେନ୍ଦ୍ର ସରକାରଙ୍କ ପଦକ୍ଷେପକୁ ଅନେକ ସମର୍ଥନ କରିଥିବାବେଳେ କିଛି ଏହାକୁ ଗଣମାଧ୍ୟମର ସ୍ବାଧୀନତା ଉପରେ ଆକ୍ରମଣ ବୋଲି କହୁଛନ୍ତି । ସେପଟେ ପାକିସ୍ତାନର ୟୁଟ୍ୟୁବ୍ ଚ୍ୟାନେଲ ଉପରେ ପ୍ରତିବନ୍ଧକ ଲଗାଇବା ପରେ ଭାରତ ଆଗକୁ ଆହୁରି କଡା କାର୍ଯ୍ୟାନୁଷ୍ଠାନ ନେଇପାରେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe