ଓଡିଶାରେ ହେବ ୬୩.୨୭୧ କିଲୋମିଟର ରାସ୍ତା ; ୨୬ଟି ସଡ଼କ ଓ ୨ଟି ସେତୁ ପ୍ରକଳ୍ପକୁ କେନ୍ଦ୍ର ମଞ୍ଜୁରୀ

ଓଡ଼ିଶାର ୨୬ଟି ସଡ଼କ ଓ ୨ଟି ସେତୁ ପ୍ରକଳ୍ପକୁ କେନ୍ଦ୍ରର ମଞ୍ଜୁରୀ । ପିଏମ ଜନମନ ଯୋଜନାରେ ସଡ଼କ ପ୍ରକଳ୍ପକୁ ଅନୁମୋଦନ । ରାଜ୍ୟରେ ନିର୍ମାଣ ୬୩.୨୭୧ କିଲୋମିଟର ରାସ୍ତା । କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରାଳୟ ଦେବ ୬୯ କୋଟି ୬୫ ଲକ୍ଷ ଟଙ୍କାର ଅନୁଦାନ । 

Odisha Roadways

Odisha Roadways Photograph: (KanakNews)

କନକ ବ୍ୟୁରୋ: ଓଡ଼ିଶାର ୨୬ଟି ସଡ଼କ ଓ ୨ଟି ସେତୁ ପ୍ରକଳ୍ପକୁ ମଞ୍ଜୁର କଲେ କେନ୍ଦ୍ର ସରକାର । ପିଏମ ଜନମନ ଯୋଜନାରେ ସଡ଼କ ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଏହି ଯୋଜନାରେ ରାଜ୍ୟରେ ୬୩ ଦଶମିକ ୨୭୧ କିଲୋମିଟର ରାସ୍ତା ନିର୍ମାଣ ହେବ । ଏଥିପାଇଁ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରାଳୟ ୬୯ କୋଟି ୬୫ ଲକ୍ଷ ଟଙ୍କାର ଅନୁଦାନ ରାଜ୍ୟକୁ ଯୋଗାଇଦେବ । ପିଏମ୍ ଜନମନ ଯୋଜନାରେ ଅତି ପଛୁଆ ଜନଜାତି ଗୋଷ୍ଠୀ ବସତିକୁ ସବୁ ଦିନିଆ ରାସ୍ତା ନିର୍ମାଣ କରାଯାଉଛି । ଏହାଦ୍ୱାରା ସମ୍ପୃକ୍ତ ଅଞ୍ଚଳର ଅର୍ଥନୈତିକ ଓ  ସାମାଜିକ କ୍ଷେତ୍ରର ଉନ୍ନତି ହୋଇପାରିବ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ପିଏମ୍ ଜନମନ ଯୋଜନାରେ ୨୧୧ ଦଶମିକ ୪ କିଲୋମିଟର ଲମ୍ୱର ୬୬ଟି ସଡ଼କ ଓ ୪ଟି ସେତୁ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଏ ବାବଦରେ ଗ୍ରାମୀଣ ବିକାଶ ମନ୍ତ୍ରାଳୟ ୨୧୯ କୋଟି ୪୦ ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦେଇଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe