କନକ ବ୍ୟୁରୋ : ବନ୍ୟା ପ୍ରଭାବିତ ରାଜ୍ୟ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ରିଲିଫ୍ ଘୋଷଣା । ୭ ରାଜ୍ୟ ପାଇଁ୧୦୬୬ କୋଟି ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଏନେଇ ଏକ୍ସରେ ପୋଷ୍ଟ କରି ଗୃହମନ୍ତ୍ରୀ ଅମିତ ଶାହା ସୂଚନା ଦେଇଛନ୍ତି । ବନ୍ୟା ପ୍ରଭାବିତ ୬ ରାଜ୍ୟ ଉତ୍ତରାଖଣ୍ଡ, କେରଳ, ଆସାମ, ମଣିପୁର, ମିଜୋରାମ , ମେଘାଳୟ ପାଇଁ ଏହି ଅନୁଦାନ ରାଶି ଘୋଷଣା କରାଯାଇଛି । ଏସଡିଆରଏଫ୍ ଓ ଏନଡିଆରଏଫ ପାଣ୍ଠିରୁ ଏହି ଟଙ୍କା ପ୍ରଦାନ କରାଯାଇଛି । ତେବେ ଚଳିତ ବର୍ଷ ଏହି ପାଣ୍ଠିରୁ ବନ୍ୟା ପ୍ରଭାବିତ ୧୯ ରାଜ୍ୟ ପାଇଁ ମୋଟ ୮ ହଜାର କୋଟି ଟଙ୍କା ପ୍ରଦାନ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଶାହା। ବନ୍ୟା ଯୋଗୁ ଉତ୍ତରାଖଣ୍ଡ, କେରଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି । କୋଟି କୋଟି ଟଙ୍କାର ଧନସମ୍ପତ୍ତି ନଷ୍ଟ ହୋଇଛି ।
ବନ୍ୟା ପ୍ରଭାବିତ ରାଜ୍ୟ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ରିଲିଫ୍ ଘୋଷଣା, ୬ ରାଜ୍ୟ ପାଇଁ ୧ ହଜାର ୬୬ କୋଟିର ଅନୁଦାନ
ବନ୍ୟା ପ୍ରଭାବିତ ୬ ରାଜ୍ୟ ଉତ୍ତରାଖଣ୍ଡ, କେରଳ, ଆସାମ, ମଣିପୁର, ମିଜୋରାମ , ମେଘାଳୟ ପାଇଁ ଏହି ଅନୁଦାନ ରାଶି ଘୋଷଣା କରାଯାଇଛି । ଏସଡିଆରଏଫ୍ ଓ ଏନଡିଆରଏଫ ପାଣ୍ଠିରୁ ଏହି ଟଙ୍କା ପ୍ରଦାନ କରାଯାଇଛି । ତେବେ ଚଳିତ ବର୍ଷ ଏହି ପାଣ୍ଠିରୁ ବନ୍ୟା ପ୍ରଭାବିତ ୧୯ ରାଜ୍ୟ ପାଇଁ ମୋଟ ୮ ହଜାର କୋଟି ଟଙ୍କା ପ୍ରଦାନ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଶାହା।
/kanak/media/media_files/2025/07/10/40-2025-07-10-21-13-34.jpg)