କନକ ବ୍ୟୁରୋ: "ଖୁବଶୀଘ୍ର ଭାଙ୍ଗିଯିବ ବିଜେଡି । ବିଜେପି ସହ ଯୋଗାଯୋଗରେ ଅଛନ୍ତି ବିଜେଡିର ବହୁ ନେତା । ସେମାନେ ଖୁବ୍ ଶୀଘ୍ର ପଦ୍ମ ଶିବିରରେ ଯୋଗ ଦେବେ ।" ଏହା କହିଛନ୍ତି ବିଜେପି ବିଧାୟକ ଜୟନାରାୟଣ ମିଶ୍ର । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏହି ବଡ଼ ବୟାନ ଦେଇଛନ୍ତି । ଆଗକୁ ଓଡ଼ିଶାରେ କେବଳ ୨ଟି ଦଳ ରହିବ ବୋଲି କହିଛନ୍ତି ସମ୍ବଲପୁରର ବିଧାୟକ । ଗୋଷ୍ଠୀ କନ୍ଦଳ ହୋଇ ବିଜେଡି ଦଳ ଭାଙ୍ଗିଯିବା ପରେ ନେତାମାନେ ବିଜେପିରେ ଯୋଗ ଦେବେ ବୋଲି ଜୟନାରାୟଣ କହିଛନ୍ତି । ଜୟନାରାୟଣଙ୍କ ସ୍ୱରରେ ସ୍ୱର ମିଶାଇଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ବିଜେଡିର ବହୁ ନେତା ବିଜେପି ସହ ସମ୍ପର୍କରେ ଅଛନ୍ତି ବୋଲି ଜୁଏଲ ଓରାମ କହିଛନ୍ତି । ଏହାର କାଉଣ୍ଟରରେ ବିଜେଡି କହିଛି, ଦିବା ସ୍ୱପ୍ନ ଦେଖିବାକୁ କାହାକୁ ମନା ନାହିଁ ।
ଜୟନାରାୟଣ କହିଲେ ଖୁବଶୀଘ୍ର ଭାଙ୍ଗିଯିବ ବିଜେଡି । ସ୍ୱର ମିଶାଇଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ।
ଖୁବଶୀଘ୍ର ଭାଙ୍ଗିଯିବ ବିଜେଡି । ବିଜେପି ବିଧାୟକ ଜୟନାରାୟଣଙ୍କ ବୟାନ ପରେ ସମର୍ଥନ କଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । କହିଲେ, ବିଜେପି ସହ ଯୋଗାଯୋଗରେ ଅଛନ୍ତି ବିଜେଡିର ବହୁ ନେତା ।
/kanak/media/media_files/2024/10/18/appRZKRvcLrTMxwJAEE3.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)