କନକ ବ୍ୟୁରୋ : ଶୀତଳଷଷ୍ଠୀର ସାମିଲ ହେବାକୁ ଧର୍ମେନ୍ଦ୍ରଙ୍କ ନିମନ୍ତ୍ରଣ । କେନ୍ଦ୍ରମନ୍ତ୍ରୀ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ସମ୍ବଲପୁରରେ ଶୀତଳଷଷ୍ଠୀ ପର୍ବରେ ସାମିଲ ହେବା ପାଇଁ ସମସ୍ତଙ୍କୁ ନିମନ୍ତ୍ରଣ କରିଛନ୍ତି । ଆସନ୍ତାକାଲିଠୁ ଜୁନ ୨ ପର୍ଯ୍ୟନ୍ତ ସମ୍ବଲପୁର ସହ ସୁନ୍ଦରଗଡ଼, ବରଗଡ, ବରପାଲି ଓ ବଲାଙ୍ଗିରରେ ମଧ୍ୟ ଶୀତଳ ଷଷ୍ଠୀ ମହାଆଡମ୍ବରରେ ପାଳିତ ହେବ । ଶୀତଳ ଷଷ୍ଠୀ ଆଧ୍ୟାତ୍ମିକତାର ଦିବ୍ୟତା ଓ ଲୋକ ସଂସ୍କୃତିର ଭବ୍ୟତାର ବିରଳ ସଙ୍ଗମ । ଏହି ପବିତ୍ର ଅବସରରେ ସବୁ ଗୁରୁଜନ, ମାଆ ଭଉଣୀ ଏବଂ ଦାଦା ଭାଇମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି, ମହାନ ପର୍ବ ଶୀତଳ ଷଷ୍ଠୀ ମହାନଦୀ କୂଳରେ ଥିବା ସମ୍ବଲପୁରର ଗରିମା ଏବଂ ପରିଚୟକୁ ଶ୍ରୀମନ୍ତ କରିଛି । କଲ୍ୟାଣମୟୀ ମାତା ପାର୍ବତୀ ଏବଂ ପ୍ରଭୁ ଶିବଙ୍କର ଲୋକ ପରମ୍ପରା ଆଧାରରେ ହିଁ ବିବାହ ଅନୁଷ୍ଠିତ ହୋଇଥାଏ । ଏହା ପଛରେ ଜଗତ କଲ୍ୟାଣର ଚେତନା ରହିଛି । ଏହି ମହାନ ଚିନ୍ତା ଶୀତଳ ଷଷ୍ଠୀ ପାଳନ ହେବାର ଆଧାର ଅଟେ । ପ୍ରବଳ ଖରା ଏବଂ ଗରମରୁ ମୁକ୍ତି ପାଇବା ସହ ଭଲ ବର୍ଷା କରିବା ପାଇଁ ଭକ୍ତଟିଏ ଶୀତଳ ଷଷ୍ଠୀରେ ପ୍ରାର୍ଥନା କରିଥାଏ । ଭଲ ବର୍ଷା ହେଲେ ଭଲ ଚାଷ ହେବ ଏବଂ ସମୃଦ୍ଧି ଆସିବ ।
ଶୀତଳଷଷ୍ଠୀରେ ସାମିଲ ହେବାକୁ କେନ୍ଦ୍ରମନ୍ତ୍ରୀ ଦେଲେ ନିମନ୍ତ୍ରଣ । ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ନିମନ୍ତ୍ରଣ ପଠାଇଲେ କେନ୍ଦ୍ରମନ୍ତ୍ରୀ
ଆସନ୍ତାକାଲିଠୁ ଜୁନ ୨ ପର୍ଯ୍ୟନ୍ତ ସମ୍ବଲପୁର ସହ ସୁନ୍ଦରଗଡ଼, ବରଗଡ, ବରପାଲି ଓ ବଲାଙ୍ଗିରରେ ମଧ୍ୟ ଶୀତଳ ଷଷ୍ଠୀ ମହାଆଡମ୍ବରରେ ପାଳିତ ହେବ । ଶୀତଳ ଷଷ୍ଠୀ ଆଧ୍ୟାତ୍ମିକତାର ଦିବ୍ୟତା ଓ ଲୋକ ସଂସ୍କୃତିର ଭବ୍ୟତାର ବିରଳ ସଙ୍ଗମ ।
/kanak/media/media_files/2025/05/29/TIGOBINDzjalepf9WLA3.jpg)