ବିଜେପିକୁ ନବୀନଙ୍କ କଟାକ୍ଷ । ଦିଲ୍ଲୀରୁ ଆସି କାଉଣ୍ଟର କଲେ ଧର୍ମେନ୍ଦ୍ର ।

Advertisment

ବିଜେପିକୁ ନବୀନଙ୍କ କଟାକ୍ଷ ପରେ, ଦିଲ୍ଲୀରୁ ଆସି କାଉଣ୍ଟର କଲେ ଧର୍ମେନ୍ଦ୍ର । ବିଜୟରେ ବହୁତ ଉନ୍ମାଦିତ ଓ ପରାଜୟରେ ହତୋତ୍ସାହିତ ନହେବାକୁ ଦେଲେ ପରାମର୍ଶ ।  ପ୍ରସନ୍ନ ଆଚାର୍ୟ୍ୟଙ୍କ ବୟାନକୁ ନେଇ ରାଜ୍ୟ ରାଜନୀତି ସରଗରମ ।

ବିଜେପିକୁ ନବୀନଙ୍କ କଟାକ୍ଷ ପରେ, ଦିଲ୍ଲୀରୁ ଆସି କାଉଣ୍ଟର କଲେ ଧର୍ମେନ୍ଦ୍ର । ବିଜୟରେ ବହୁତ ଉନ୍ମାଦିତ ଓ ପରାଜୟରେ ହତୋତ୍ସାହିତ ନହେବାକୁ ଦେଲେ ପରାମର୍ଶ ।  ପ୍ରସନ୍ନ ଆଚାର୍ୟ୍ୟଙ୍କ ବୟାନକୁ ନେଇ ରାଜ୍ୟ ରାଜନୀତି ସରଗରମ ।

3777777

କନକ ବ୍ୟୁରୋ: ଗାନ୍ଧି ଜୟନ୍ତୀ ଦିନ ଦଳୀୟ କର୍ମକର୍ତ୍ତାଙ୍କୁ ସମ୍ୱୋଧିତ କରି ବିଜେପିକୁ ଟାର୍ଗେଟ କରିଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।  ନବୀନ କହିଥିଲେ,  ବିଜେପି ମିଛ କହୁଛି ।  ଦିଲ୍ଲୀରୁ ଆସି ବିରୋଧୀ ଦଳ ନେତାଙ୍କୁ  ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର କହିଛନ୍ତି,  ରାଜନୀତିରେ ଜୟ ପରାଜୟ ଲାଗି ରହେ । ବିଜୟରେ ବହୁତ ଉନ୍ମାଦିତ ଓ ପରାଜୟରେ ହତୋତ୍ସାହିତ ହେବାର ଆବଶ୍ୟକତା ନାହିଁ ।

  • ‘ଚାରିଜଣ ଚଳାଉଛନ୍ତି ରାଜ୍ୟ ସରକାର’
  • ପ୍ରସନ୍ନଙ୍କୁ କଡା ଜବାବ ଦେଲେ କେନ୍ଦ୍ରମନ୍ତ୍ରୀ   

ପ୍ରସନ୍ନ ଆଚାର୍ଯ୍ୟଙ୍କ ଏହି  ମନ୍ତବ୍ୟଙ୍କୁ ନେଇ ରାଜ୍ୟ ରାଜନୀତି ଏବେ ସରଗରମ । ଚାରିଜଣଙ୍କ ଦ୍ୱାରା ସରକାର ଚାଲିଛି କହି ବିଜେପିକୁ କଟାକ୍ଷ କରିଛନ୍ତି  ପ୍ରସନ୍ନ ଆଚାର୍ଯ୍ୟ । ଆଉ ଓଡିଶା ଗସ୍ତରେ ଆସିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ସହଜରେ ଗ୍ରହଣ କରିପାରିନାହାନ୍ତି । ପ୍ରସନ୍ନକୁ କଡା ଜବାବଦେଇଛନ୍ତି ଧର୍ମେନ୍ଦ୍ର । 

  • ରାଜଭବନରେ ହେଉଛି କି ରାଜନୀତି ? 
  • ବିଜେଡି-ବିଜେପି ମୁହାଁମୁହିଁ


ସେପଟେ ଆସାମ ମୁଖ୍ୟମନ୍ତ୍ରୀ ଓ  ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ ରାଜଭବନ ଗସ୍ତକୁ ନେଇ ରାଜନୀତି ଜୋର ଧରିଛି ।  ଏହି  ଗସ୍ତକୁ ନେଇ ବିଜେପିକୁ ଟାର୍ଗେଟ କରିଥିଲା ବିଜେଡି । ଧର୍ମେନ୍ଦ୍ର କହିଛନ୍ତି, ସରକାରଙ୍କ ଦୋଷ ତ୍ରୁଟିକୁ ଲୋକଙ୍କ ସାମ୍ନାକୁ ଆଣନ୍ତୁ । କିନ୍ତୁ ହତାଶଭାବକୁ  ରାଜଭବନ ଆଡକୁ ନ ଟାଣନ୍ତୁ । ଆଉ ଏହାକୁ ନେଇ ରାଜନୀତି ବି ଜୋର ଧରିଛି ।

ସେପଟେ ରାଜଭବନକୁ  ପୂର୍ବତନ ଉପରାଷ୍ଟପତି  ଭେଙ୍କେୟା ନାଇଡୁଙ୍କ ଗସ୍ତ ନେଇ ବିଜେଡି ଟାର୍ଗେଟ କରିଥିଲା । ଆଜି ଏହାର ସ୍ପଷ୍ଟୀକରଣ ରଖି  ଭେଙ୍କେୟାଙ୍କ ଅଫିସ ପକ୍ଷରୁ କୁହାଯାଇଛି, ଏହାକୁ ରାଜନୀତିକ ରଙ୍ଗ  ଦେବାର ଆବଶ୍ୟକତା ନାହିଁ ।  ସୌଜନ୍ୟମୂଳକ ସାକ୍ଷାତ ପାଇଁ ସେ ରାଜଭବନକୁ ଯାଇଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe