କନକ ବ୍ୟୁରୋ : ଶୀର୍ଷ ନେତାଙ୍କ ଫୋକସରେ ଓଡ଼ିଶା। ଘନଘନ ଓଡ଼ିଶା ଆସୁଛନ୍ତି କେନ୍ଦ୍ରର ବଡ଼ ନେତା । ରାଜ୍ୟର ବିଭିନ୍ନ ସମସ୍ୟା ନେଇ ମତମନ୍ତବ୍ୟ ଦେଉଛନ୍ତି । ସବୁ ଘଟଣା ଉପରେ କଡ଼ା ନଜର ରଖିଛନ୍ତି । ଆସନ୍ତାକାଲି ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।  ଜୁଲାଇ ୯ ରେ ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ।  ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ଏକାଧିକ ଥର ଆସିଥିଲେ । ବିଜେପି ସରକାରର ଶପଥ ଗ୍ରହଣରେ ବି ଉପସ୍ଥିତ ଥିଲେ । ଓଡ଼ିଶା ପାଇଁ ବିଭିନ୍ନ ଯୋଜନା କରିଛନ୍ତି । ଉପାନ୍ତ ଅଞ୍ଚଳକୁ କେନ୍ଦ୍ର ସରକାର ଗୁରୁତ୍ବ ଦେଉଛନ୍ତି । ମହିଳାଙ୍କ ଶିକ୍ଷା, ସ୍ବାସ୍ଥ୍ୟ, ସୁରକ୍ଷାକୁ ଫୋକସରେ ରଖିଛନ୍ତି କେନ୍ଦ୍ର ସରକାର । ସେହିଭଳି ଜୁଲାଇରେ ରାହୁଲ ଆସିଲେ ମହିଳା ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ୍‌ କରିପାରନ୍ତି । 

 ମୋଦୀ
ମୋଦୀଙ୍କ ମନରେ ଓଡ଼ିଶା
ଆସନ୍ତାକାଲି ପୁଣି ଆସୁଛନ୍ତି ମୋଦୀ
କଟକ ଓ ଭୁବନେଶ୍ବରରେ କରିବେ ମହାସମାବେଶ
ନିର୍ବାଚନ ପୂର୍ବରୁ ୪ଥର ଆସିଥିଲେ
ରୋଡ୍-ସୋ, ସମାବେଶ କରି ଓଡ଼ିଶାବାସୀଙ୍କ ମନ ଜିତିଥିଲେ
୨୪ ବର୍ଷର ସରକାରକୁ ଭାଙ୍ଗିଥିଲେ
ବିଜେଡିକୁ ବଡ଼ ବ୍ୟବଧାନରେ ହରାଇଥିଲା ବିଜେପି
ମୋହନଙ୍କ ନେତୃତ୍ବରେ ରାଜ୍ୟରେ ଗଢ଼ିଥିଲା ସରକାର
ସରକାର ଗଠନ ପରେ ୫ ଥର ଆସିଛନ୍ତି ମୋଦୀ
ଏଥରକ ଷଷ୍ଠ ଥର ପାଇଁ ଆସୁଛନ୍ତି ପ୍ରଧାନମନ୍ତ୍ରୀ

Advertisment

ରାହୁଲ

ରାହୁଲଙ୍କ ଟାର୍ଗେଟରେ ଓଡ଼ିଶା
ଜୁଲାଇ ୯ରେ ଆସୁଛନ୍ତି
ଆସ୍ଥାଭାଜନ ହେବାକୁ ଚେଷ୍ଟା ଜାରି 
ନିର୍ବାଚନୀ ପ୍ରଚାର ପାଇଁ ଆସିପାରିନଥିଲେ
ନିର୍ବାଚନ ପରେ ବି ଆସିନଥିଲେ ରାହୁଲ
ହେଲେ ଭକ୍ତ ଦାସଙ୍କୁ ଦେଇଥିଲେ ବଡ଼ ଦାୟିତ୍ବ
ଓଡ଼ିଶାରେ ସଂଗଠନକୁ ଦୃଢ଼ କରିବାକୁ ଯୋଜନା
ଉଠାଇବେ ନାରୀ ସୁରକ୍ଷା ପ୍ରସଙ୍ଗ
ରାଜ୍ୟ ସରକାରଙ୍କୁ ଘେରିବାକୁ ଲକ୍ଷ୍ୟ
ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ କରିପାରନ୍ତି ପ୍ରଶ୍ନ
ମୋହନ ସରକାରଙ୍କୁ କାଠଗଡ଼ାକୁ ଟାଣିବେ ରାହୁଲ!