କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ସମୀକ୍ଷା ବୈଠକ ପରେ ଆସିଲା ବଡ ନିର୍ଦ୍ଦେଶନାମା । ସବୁ ସେନାଧିକାରୀଙ୍କ ଛୁଟି ବାତିଲ । ଯେକୌଣସି କାରଣରୁ ଛୁଟିରେ ଥିଲେ ବି ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦେଲେ ସରକାର । ସେନାକୁ ସହଯୋଗ କରିବାକୁ ଟେରିଟୋରିଆଲ ଆର୍ମିକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ । ଏହାସହ ସେନାମୁଖ୍ୟଙ୍କୁ ମିଳିଲା ପୂର୍ଣ୍ଣ କ୍ଷମତା ।
ସେନାରେ ପାକିସ୍ତାନ କରିଚାଲିଛି ଲଗାତାର ଗୁଳିମାଡ । ଏହାର ପାଲଟା ଜବାବ ଭାରତ ଦେଉଥିଲେ ବି ସୁଧୁରିନି ପାକିସ୍ତାନ । ଫଳରେ ସୀମାକୁ ଅଧିକ କମ୍ପାନି ସୈନ୍ୟ ପଠାଇଛି ଭାରତୀୟ ସେନା । ଏହାସହ ସେନାକୁ ସହଯୋଗ କରିବାକୁ ଟେରିଟୋରିଆଲ ଆର୍ମ ଫୋର୍ସକୁ ବି ନିର୍ଦ୍ଦେଶ ଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)