ପହଲଗାମ ଆତଙ୍କୀ ହମ୍‌ଲା: ଆକ୍ସନ୍‌ ମୋଡ୍‌ରେ କେନ୍ଦ୍ର ସରକାର, କାଲି ବସିବ ସର୍ବଦଳୀୟ ବୈଠକ

Advertisment

ଆସନ୍ତାକାଲି ସର୍ବଦଳୀୟ ବୈଠକ ଡାକିଛନ୍ତି କେନ୍ଦ୍ର ସରକାର । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ବୈଠକର ଅଧ୍ୟକ୍ଷତା କରିବେ । ପହଲଗାମ ଆତଙ୍କୀ ହମ୍‌ଲାକୁ ନେଇ ବସିବ ସର୍ବଦଳୀୟ ବୈଠକ । ସର୍ବଦଳୀୟ ବୈଠକରେ ଅନ୍ୟ ରାଜନୈତିକ ଦଳଗୁଡ଼ିକ ସହିତ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହେବ

ଆସନ୍ତାକାଲି ସର୍ବଦଳୀୟ ବୈଠକ ଡାକିଛନ୍ତି କେନ୍ଦ୍ର ସରକାର । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ବୈଠକର ଅଧ୍ୟକ୍ଷତା କରିବେ । ପହଲଗାମ ଆତଙ୍କୀ ହମ୍‌ଲାକୁ ନେଇ ବସିବ ସର୍ବଦଳୀୟ ବୈଠକ । ସର୍ବଦଳୀୟ ବୈଠକରେ ଅନ୍ୟ ରାଜନୈତିକ ଦଳଗୁଡ଼ିକ ସହିତ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହେବ

59-Rajnath singh

କନକ ବ୍ୟୁରୋ: ଆଜି ସିସିଏସ୍‌ ବୈଠକ ପରେ ପ୍ରେସ୍‌ମିଟ୍‌ କରି ପାକିସ୍ତାନ ଉପରେ କଟକଣା ଲଗାଇଛି ଭାରତ । ଏହାପରେ ଆସନ୍ତାକାଲି ସର୍ବଦଳୀୟ ବୈଠକ ଡାକିଛନ୍ତି କେନ୍ଦ୍ର ସରକାର । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ବୈଠକର ଅଧ୍ୟକ୍ଷତା କରିବେ । ପହଲଗାମ ଆତଙ୍କୀ ହମ୍‌ଲାକୁ ନେଇ ବସିବ ସର୍ବଦଳୀୟ ବୈଠକ । ସର୍ବଦଳୀୟ ବୈଠକରେ ଅନ୍ୟ ରାଜନୈତିକ ଦଳଗୁଡ଼ିକ ସହିତ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହେବ ଓ ପାକିସ୍ତାନ ଉପରେ ଆହୁରି କାର୍ଯ୍ୟାନୁଷ୍ଠାନ ନେଇ ପାରନ୍ତି କେନ୍ଦ୍ର ସରକାର । 

ସେପଟେ ଆଜି  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ବସିଥିଲା ସର୍ବଦଳୀୟ ବୈଠକ । ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକ ପରେ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏକ ପ୍ରେସ୍‌ମିଟ୍‌ କରାଯାଇଛି । ବୈଠକରେ ପାକିସ୍ତାନ ଉପରେ କଡ଼ା କଟକଣା ଲଗାଇଛି ଭାରତ । ଏହା ପାକିସ୍ତାନ ଉପରେ ପ୍ରହାର ସଦୃଶ । କାରଣ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଭାରତ ଛାଡ଼ିବେ ପାକିସ୍ତାନ ନାଗରିକ । ଏଣିକି ପାକିସ୍ତାନ ନାଗରିକଙ୍କୁ ଭାରତ ଆସିବା ପରେ ରୋକ ଲଗାଇଛନ୍ତି ସରକାର । 

ପାକିସ୍ତାନ ନାଗରିକଙ୍କୁ ସାର୍କ ଭିସାରେ ଭାରତ ଆସିବା ଉପରେ ରୋକ୍ ଲଗାଇଛନ୍ତି ସରକାର । ଏହି କ୍ରମରେ ଅଟାରୀ ଚେକ୍‌ପୋଷ୍ଟ ବନ୍ଦ କରାଯିବ । ସେହିଭଳି ସିନ୍ଧୁ ଜଳ ବୁଝାମଣାକୁ ମଧ୍ୟ ରଦ୍ଦ କରିଛନ୍ତି ସରକାର । ବୈଦେଶିକ ମନ୍ତ୍ରାଳୟ କହିଛି ପହଲଗାମ ଆତଙ୍କୀ ଆକ୍ରମଣ ପଛରେ ରହିଛି ପାକିସ୍ତାନର ହାତ । ବର୍ବର କାଣ୍ଡ ଘଟାଇବାକୁ ସୀମା ପାର୍ ହୋଇ ଆସିଥିଲେ ପାକିସ୍ତାନୀ ଆତଙ୍କବାଦୀ । ଏହି କ୍ରମରେ ପାକିସ୍ତାନର ଦୂତାବାସରେ କର୍ମଚାରୀ ସଂଖ୍ୟା ହ୍ରାସ କରିବାକୁ କରିବାକୁ ନିଷ୍ପତ୍ତି ନେଇଛନ୍ତି ଭାରତ ସରକାର । 

ଏଭଳି ଭାବରେ ଭାରତ ପାକିସ୍ତାନ ପ୍ରତି ତାର ଆଭିମୁଖ୍ୟ ସ୍ପଷ୍ଟ କରିଛି । ଗତକାଲି କାଶ୍ମୀରର ପହଲଗାମରେ ନିରୀହ ପର୍ଯ୍ୟଟକଙ୍କୁ ଟାର୍ଗେଟ୍ କରିଥିଲେ ଆତଙ୍କୀ । ଏହି ଆତଙ୍କୀ ହମ୍‌ଲାକୁ ନେଇ ସାରା ଦେଶ ଏକଜୁଟ ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe