କନକ ବ୍ୟୁରୋ: ମଣିପୁର ପାଇଁ କେନ୍ଦ୍ର ସରକାରଙ୍କ ଆକ୍ସନ ପ୍ଲାନ । ଦୀର୍ଘ ଦୁଇବର୍ଷର ଅଧିମ ସମୟ ହେବ ରାଜ୍ୟର ସ୍ଥିତି କିଛି ଠିକ ନାହିଁ । ହିଂସା ଓ ଉତେଜନାରେ ଜର୍ଜରିତ ମଣିପୁରର ସ୍ଥିତିରେ ସୁଧାର ଆଣିବାକୁ ଆଜି କେନ୍ଦ୍ର ଗୃହମନ୍ତ୍ରୀ କିଛି ବଡ ନିଷ୍ପତି ଗ୍ରହଣ କରିଛନ୍ତି । ରାଜ୍ୟପାଳ  ଅଜୟ କୁମାର ଭଲ୍ଲା, ସେନା ଓ ଅର୍ଦ୍ଦ ସାମରିକ ସହ ବୈଠକ କରି ଅମିତ ଶାହା ୫ଟି ଦିଗ ଉପରେ ଧ୍ୟାନ ଦେଇଛନ୍ତି । ମାର୍ଚ୍ଚ ୮ ସୁଦ୍ଧା ସବୁ ରାସ୍ତା ଖୋଲାଯିବ । ରାସ୍ତା ଅବରୋଧ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅର୍ନ୍ତଜାତୀୟ ସୀମା ଉପରେ କଡ଼ା ନଜର ରଖାଯିବ । ବାହାର ରାଜ୍ୟରୁ ଆସୁଥିବା ଯାନବାହାନ ଉପରେ କଡ଼ା ନଜର ରଖାଯିବ । ରାଜ୍ୟକୁ ନିଶାମୁକ୍ତ କରାଯିବ । ଲୁଟପାଟ ଅସ୍ତ୍ରଶସ୍ତ୍ର ଫେରାଇବାକୁ ନିର୍ଦ୍ଦେଶ । ବେଆଇନ ଚାଲାଣ ଓ ନିଶାଦ୍ରବ୍ୟ କାରବାର କଲେ କଡ଼ା କାର୍ୟ୍ୟାନୁଷ୍ଠାନଫେବ୍ରୁଆରୀ ୧୩ରେ ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଛି । ବିରେନ ସିଂ ଇସ୍ତଫା ଦେବା ପଏବେ ସୁଦ୍ଧା ରାଜ୍ୟକୁ ମିଳିପାରିନି ନୂଆ ମୁଖ୍ୟମନ୍ତ୍ରୀ ।