କନକବ୍ୟୁରୋ : ଧରାପଡିଲା ଆମେରିକା ରାଷ୍ଟ୍ରପତିଙ୍କ ମିଛ  ।  ଯୁଦ୍ଧ ବିରତି  ପାଇଁ ବାଣିଜ୍ୟ କାରବାର ମୁଖ୍ୟ ଭୂମିକା ନେଇଥିବା ଆମେରିକା ରାଷ୍ଟ୍ରପତିଙ୍କ ଦାବିକୁ ନେଇ ଜାତୀୟ ରାଜନୀତି ସରଗରମ  ହୋଇଥିଲା  । ଏହାକୁ ନେଇ ଆଜି ଚିତ୍ର ସ୍ପଷ୍ଟ କରିଛି ଭାରତୀୟ ବୈଦେଶିକ ମନ୍ତ୍ରାଳୟ ।  ଟ୍ରମ୍ପଙ୍କ ଦାବିରେ କୌଣସି ସତ୍ୟତା ନାହିଁ ଓ ଅସ୍ତ୍ରବିରତି ଆଲୋଚନାରେ ବାଣିଜ୍ୟକୁ ନେଇ କୌଣସି ଚର୍ଚ୍ଚା କରାଯାଇନଥିବା ବୈଦେଶିକ ମନ୍ତ୍ରାଳୟ ସ୍ପଷ୍ଟ କରିଛି । 

Advertisment

ଗତକାଲି ଟ୍ରମ୍ପଙ୍କ ଏକ ବୟାନ ତୁମ୍ବିତୋଫାନ ସୃଷ୍ଟି କରିଥିଲା  ।  ଯାହାକୁ ନେଇ ସରକାରଙ୍କୁ କଂଗ୍ରେସ ପ୍ରଶ୍ନ କରିଥିଲା  ।  ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ହେବା ପରଠୁ ଆମେରିକା ସହ ବାଣିଜ୍ୟ କାରବାର କରୁଥିବା ଅଧିକାଂଶ ଦେଶ ଉପରେ ଆମେରିକା ପାଲଟା ଶୁଳ୍କ ଲଗାଇଛି ।  ଏଥିରେ ଭାରତ ମଧ୍ୟ ବାଦ ପଡିନି । ଭାରତ-ପାକିସ୍ତାନ ଉତ୍ତେଜନା ଓ ଯୁଦ୍ଧ ସ୍ଥିତିରୁ ଫାଇଦା ଉଠାଇବା ପାଇଁ ଟ୍ରମ୍ପ କୌଣସି ସୁଯୋଗ ହାତ ଛଡା କରୁନଥିଲେ  ।  ଏପରିକି ଯୁଦ୍ଧ ବିରତି  ନକଲେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବାର ଛିନ୍ନ କରିବାକୁ ଟ୍ରମ୍ପ ଧମକ ଦେଇଥିଲେ ବୋଲି ଦାବି କରିଥିଲେ । ଏପଟେ ଯୁଦ୍ଧ ବିରତି ପାଇଁ ଆମେରିକାର ମଧ୍ୟସ୍ଥତାକୁ ପ୍ରଥମ ଦିନରୁ ଭାରତ ଗ୍ରହଣ କରିନଥିଲା  ।  ଯୁଦ୍ଧ ବିରତି ସମ୍ପର୍କରେ ଆଲୋଚନା ପାଇଁ ସଂସଦର ସ୍ବତନ୍ତ୍ର ଅଧିବେଶନ ଡାକିବାକୁ କଂଗ୍ରେସ ଦାବି କରୁଛି ।