କନକ ବ୍ୟୁରୋ : ଦଶହରା ଉପଲକ୍ଷେ କେନ୍ଦ୍ର ସରକାର ଭେଟି ଦେଇଛନ୍ତି । ୨୦୨୮ ପର୍ଯ୍ୟନ୍ତ  ଦେଶବାସୀଙ୍କୁ ମାଗଣା ପୁଷ୍ଟିକର ଚାଉଳ ମିଳିବ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ଏହି ଯୋଜନାର ଲାଭ ୨୦୨୮ ଡିସେମ୍ବର ପର୍ଯ୍ୟନ୍ତ ପାଇପାରିବେ । ଏନେଇ କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁରୀ ଦେଇଛି । ତେବେ ଏହା ଜୁଲାଇ ୨୦୨୪ରୁ ଡିସେମ୍ବର ୨୦୨୮ ଯାଏ ଚାଲିବ । ଏହି ଯୋଜନାରେ ସରକାର ୧୭ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିବେ । ଖାଦ୍ୟ ଆଇନ ତଥା ଅନ୍ୟାନ୍ୟ କଲ୍ୟାଣକାରୀ ଯୋଜନା ଅନୁଯାୟୀ ୧୭,୦୮୨ କୋଟି ଟଙ୍କା ବଜେଟ ସହିତ ୨୦୨୮ ପର୍ଯ୍ୟନ୍ତ  ପୁଷ୍ଟିକର ଚାଉଳର ମାଗଣା ଯୋଗାଣ ଜାରି ରଖିବାକୁ କେନ୍ଦ୍ର କ୍ୟାବିନେଟ ବୁଧବାର ନିଷ୍ପତ୍ତି ନେଇଛି ।